Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ କୋଟିକୋଟି ଘୋଟାଲା,ରାଜ୍ୟରେ ପାନୀୟ ଜଳ ସଂକଟ ପଛରେ ଅଣଓଡ଼ିଆ ଠିକାଦାର

Sangram Tripathy
Browse all articles by Sangram Tripathy
·1 year ago·2 min read
ପାଣି ପାଇଁ କୋଟିକୋଟି ଘୋଟାଲା,ରାଜ୍ୟରେ ପାନୀୟ ଜଳ ସଂକଟ ପଛରେ ଅଣଓଡ଼ିଆ ଠିକାଦାର

ଅର୍ଗସ ବ୍ୟୁରୋ:୨୪ ବର୍ଷର ବିଜେଡି ସରକାର କ୍ଷମତାରୁ ହଟିଛି,ହେଲେ ଧିରେ ଧିରେ ଖୋଲୁଛି କୋଟି କୋଟି ଟଙ୍କାର ଦୁର୍ନୀତି ପେଡି। ବିଜେଡି ସରକାରର ଅଣ ଓଡ଼ିଆ ଠିକାଦାର ପ୍ରୀତି ଯୋଗୁଁ ସାମାନ୍ୟ ପିଇବା ପାଣି ପାଇଁ କେମିତି ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି ଏ ଦସ୍ତାବିଜ୍ ହେଉଛି ତାର ପ୍ରମାଣ। ସୂଚନା ଅଧିକାର ଆଇନରେ ମିଳିଥିବା ଏ ତଥ୍ୟ ପ୍ରମାଣ କରୁଛି ପାନୀୟ ଜଳ ଯୋଗାଣ ନାଁରେ କେମିତି ରାଜ୍ୟବାସୀଙ୍କୁ ଠକୁଥିଲା ବିଜେଡି ସରକାର । ଅଣଓଡ଼ିଆ ଠିକା କମ୍ପାନୀଙ୍କୁ ହଜାର ହଜାର କୋଟି ଟଙ୍କାର କାମ ଦେବା ନାଁରେ ବିଜେଡି ସରକାରରେ କେମିତି ହଜାର ହଜାର କୋଟିର ଘୋଟାଲା ହୋଇଛି ଏ ଦସ୍ତାବିଜ୍ ହେଉଛି ତାର ପ୍ରମାଣ। କହିବାକୁ ଗଲେ ପାଣିକୁ ବି ଛାଡିନି ବିଜେଡି । ୨୦୧୯ରୁ ୨୦୨୪ ଏହି ୫ ବର୍ଷରେ ରାଜ୍ୟ ବାହାରର ଏହି ୧୭ଟି କମ୍ପାନୀଙ୍କୁ ଦିଆଯାଇଥିଲା ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ବିଜେଡି ସରକାର ଦେଇଥିଲେ ମୋଟ ୩୫ ହଜାର ୧୯୩ କୋଟି ଟଙ୍କା। କିନ୍ତୁ ୫ ବର୍ଷ ଭିତରେ ମାତ୍ର ୧୬ଟି ପ୍ରକଳ୍ପ ହିଁ ସମ୍ପୂର୍ଣ୍ଣ ହୋଇଛି । ବାକି ୧୯୧ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। 

ପୂର୍ବତନ ବିଜେଡି ନେତା ପାଣ୍ଡିଆନଙ୍କ ଅନୁଗୃହୀତ ଅଣଓଡ଼ିଆ କମ୍ପାନୀ ଗୁଡ଼ିକୁ ବିଜେଡି ସରକାରରେ ଦେଖାଯାଇଥିଲା ଅହେତୁକ ଅନୁକମ୍ପା। ବସୁଧା ଯୋଜନା, ଜଳ ଜୀବନ ମିଶନରେ ୨୦୧୯ରୁ ୨୦୨୪ ପାଞ୍ଚ ବର୍ଷରେ ଦିଆଯାଇଛି ପ୍ରାୟ ୨୫ ହଜାର କୋଟି ଟଙ୍କା। ଏହାବାଦ୍ ଓମବାଡିସି  ଓ ଡି.ଏମ.ଏଫ ବା ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ଅଣଓଡ଼ିଆ ଠିକା କମ୍ପାନୀଙ୍କୁ ମନଇଚ୍ଛା ହଜାର ହଜାର କୋଟି ଟଙ୍କା ଦିଆଗଲା। କିନ୍ତୁ ପାନୀୟ ଜଳ ପ୍ରକଳ୍ପ କେତେ କାର୍ଯ୍ୟକ୍ଷମ ହେଲା ତାର କୌଣସି ତଦାରଖ କଲେ ନାହିଁ ବିଜେଡି ସରକାର। ଫଳରେ ଏବେ ଅସମ୍ପୂର୍ଣ୍ଣ ଥିବା ୧୯୧ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶର ଠିକ୍ ଠିକଣା ନାହିଁ। କେଉଁଠି କେବଳ ପାଣି ଟାଙ୍କି ନିର୍ମାଣ ହୋଇଛି, ତ ଆଉ କେଉଁଠି ପାଇପ୍ ବିଛାରେ ଅଟକିଛି କାମ। ପୁଣି ଅଧିକାଂଶ ସ୍ଥାନରେ କାମ ଛାଡ଼ି ଠିକା ସଂସ୍ଥା ଫେରାର୍ । ଆଉ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଲୋକ। 

 ବିଜେଡି ଶାସନରେ ପାନୀୟ ଜଳ ପ୍ରକଳ୍ପରେ ହୋଇଛି ହଜାର ହଜାର କୋଟିର ଘୋଟାଲା। ଟଙ୍କା ନେଇ ଅଣଓଡ଼ିଆ ଠିକାଦାର ମାଲାମାଲ୍ ହୋଇଥିବାବେଳେ ବିଜେଡି ଶାସନବେଳେ କମିଶନ ନେଇ ଅଫିସର ବି ହୋଇଛନ୍ତି ପୁଞ୍ଜିପତି। ବିଜେପି ସରକାର ଏସବୁର ବିଧିବଦ୍ଧ ତଦନ୍ତ କଲେ ସାମ୍ନାକୁ ଆସିବ ସାଂଘାତିକ କେଳେଙ୍କାରୀ। ଜଣାପଡିବ କେତେ ହୋଇଛି କାମ କେତେ ହୋଇଛି ହରିଲୁଟ୍ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crore scam for water, non-Indian developer behind drinking water crisis in state | Argus News