Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ତିଆରି ହେବ ଜାହାଜ ତିଆରି କାରଖାନା

Smruti Parija
Browse all articles by Smruti Parija
·1 year ago·2 min read
ଭଦ୍ରକରେ ତିଆରି ହେବ ଜାହାଜ ତିଆରି କାରଖାନା

ଭୁବନେଶ୍ୱର: ବିକାଶର ରାସ୍ତାରେ ଓଡ଼ିଶା । ପୂର୍ବୋଦୟ ବିକାଶକୁ ପ୍ରତି ମୁହୂର୍ତ୍ତରେ ଗୁରୁତ୍ଵ ଦେଉଛନ୍ତି ମୋଦି । ଯାହାର ସଦ୍ୟତମ ଉଦାହରଣ ହେଉଛି ଭଦ୍ରକରେ ତିଆରି ହେବାକୁ ଯାଉଥିବା ଜାହାଜ କାରଖାନା । ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫୪ କୋଟି ଟଙ୍କା ଖର୍ଚ୍ଚ କରି ଜାହାଜ କାରଖାନା ତିଆରି କରିବାକୁ ଘୋଷଣା କରିଥିବାରୁ ଏବେ ଚର୍ଚ୍ଚା ଜୋର ।

  • ପ୍ରକଳ୍ପକୁ ମଞ୍ଜୁରୀ
  • ସୃଷ୍ଟି ହେବ ୨୪ ହଜାର ନିଯୁକ୍ତି

ଭଦ୍ରକରେ ହେବାକୁ ଥିବା କାରଖାନାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା । କାରଣ ଏହି ପ୍ରକଳ୍ପ ହେଲେ ପାଖାପାଖି 24 ହଜାର ନିଯୁକ୍ତି ସୃଷ୍ଟି ହେବ । ଯାହାର ଫାଇଦା ପାଇବେ ଓଡ଼ିଶାର ଯୁବପିଢି । ସୂଚନା ଅନୁସାରେ, ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମଞ୍ଜୁରୀ ହେବା ସହିତ କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ ବି ମଞ୍ଜୁରୀ ମିଳିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪,୧୬୨ ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି । ତେଣୁ ଯୁବବର୍ଗଙ୍କ ମନରେ ଖୁସିର ଲହରୀ ।  ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ନିର୍ମାଣ କରାଯିବ ।

ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶରେ ସ୍ଥାପନ କରିବାକୁ ଥିବା ରିଫ୍ରାକ୍ଟରି କାରଖାନା ପ୍ରସ୍ତାବ ମଧ୍ୟ ମଞ୍ଜୁର ହୋଇଛି । ସେହିପରି କୋରାପୁଟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ୨୯୪ କୋଟି ଟଙ୍କା ନିବେଶରେ ସୌରଶକ୍ତି ପ୍ଲାଣ୍ଟ ବସାଇବ । ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି । ପୁରୀରେ ଏସ୍‌ଏନ୍‌ଏମ୍ ହୋଟେଲ୍‌ ଆଣ୍ଡ ରିସୋର୍ଟ ନିଜସ୍ବ ଜମିରେ ୨୧୨.୨୫ କୋଟି ଟଙ୍କା ଓ ପାରାଦୀପରେ ମେ ଫେୟାର ୧୦୫ କୋଟି ଟଙ୍କା ନିବେଶରେ ହୋଟେଲ୍‌ ତଥା ରିସୋର୍ଟ ସ୍ଥାପନ କରିବେ । କୋରାପୁଟରେ ଜିଏମ୍-ଇନ୍‌ଫ୍ରାଟେକ୍ ୮୧.୧୧ କୋଟି ଟଙ୍କା ନିବେଶରେ ଏହାର ପ୍ରସ୍ତାବିତ ରିସୋର୍ଟର ସମ୍ପ୍ରସାରଣ କରିବ । କେନ୍ଦ୍ରାପଡ଼ାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍‌ ଓ ମୟୂରଭଞ୍ଜର ଶିମିଳିପାଳରେ ହୋଟେଲ୍‌ ସୋନାର୍‌ ବାଙ୍ଗ୍‌ଲା ୫୧ କୋଟି ଟଙ୍କା ନିବେଶ କରିବ । 

ସେହିପରି ରାୟଗଡ଼ାରେ ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍‌ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଏଥିରେ କମ୍ପାନୀ ୧୩୯.୯୦ କୋଟି ଟଙ୍କା ନିବେଶ କରିବ । ଜୟ ଭାରତ ସ୍ପାଇସେସ୍‌ କଟକରେ ୫୦ କୋଟି ଟଙ୍କା ନିବେଶରେ ଏକ ମକାମଣ୍ଡ କାରଖାନା ସ୍ଥାପନ କରିବ । ଢେଙ୍କାନାଳରେ ଇଣ୍ଡିଆନ ପଟାସ ଏକ ବଟଲିଂ କାରଖାନା ବସାଇବ । ରିଲାଏନ୍ସ ବାୟୋ ଏନର୍ଜି ସମ୍ବଲପୁରରେ ୧୨୧.୨୧ କୋଟି ଟଙ୍କା ନିବେଶରେ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ । କମ୍ପାନି ସୋନପୁରରେ ମଧ୍ୟ ସମାନ ଧରଣର ଏକ କାରଖାନା ସ୍ଥାପନ କରିବ । ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ବରଗଡ଼ରେ ୨୦୦ କୋଟି ଟଙ୍କା ନିବେଶରେ କମ୍ବ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ବସାଇବ । ଏଫ୍‌ଏମ୍ ଡେନିମ୍ ଆଣ୍ଡ୍‌ ଟ୍ବିଲ୍‌ସ ଓ ତ୍ରିପଥଗା ଟେକ୍ସଟାଇଲ୍‌ସ ଖୋର୍ଦ୍ଧାରେ ପୋଷାକ କାରଖାନା ବସାଇବେ । ଖୋର୍ଦ୍ଧାରେ ବିସ୍‌ଲେରି ବସାଇବ କାରଖାନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଶାସନର 24 ବର୍ଷ ଭିତରେ ପୂରଣ ହୋଇପାରିନଥିଲା ଶିଳ୍ପାୟନ ସ୍ବପ୍ନ । ଫେଲ୍ ହୋଇଥିଲା ମେକ୍ ଇନ୍ ଓଡ଼ିଶା କ୍ୟାମ୍ପେନ୍ । କିନ୍ତୁ ରାଜ୍ୟରେ ନୂଆ ସରକାର ଗଠନ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଶିଳ୍ପାୟନ ଖାଲି ଖଣି ଆଧାରିତ ନୁହେଁ, ଟେକ୍ସଟାଇଲ୍ ଆଦିକୁ ଆଧାର କରି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ସରକାର ।

 

Sponsored
cruise-manufacturing-factory-to-be-etsablished-in-odisha | Argus News