Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cruise Terminal In Puri / ଲଗ୍‌ଜୁରି ଜାହାଜରେ ଜଳ ଯାତ୍ରାର ମଜା ନେବେ ପର୍ଯ୍ୟଟକ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଲଗ୍‌ଜୁରି ଜାହାଜରେ ଜଳ ଯାତ୍ରାର ମଜା ନେବେ ପର୍ଯ୍ୟଟକ

Key Points

ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ଭିତ୍ତିଭୂମି ପୁରୀରେ, ଦ୍ୱିତୀୟ ପର୍ଯ୍ୟାୟରେ ପାରାଦୀପ ଠାରେ ବିକଶିତ ହେବ।
ଆସନ୍ତା ୨ରୁ ତିନି ବର୍ଷ ଭିତରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପୁରୀରେ ହେବ କ୍ରୁଜ୍ ଟର୍ମିନାଲ । ସୌଖିନ ଜାହାଜରେ ଜଳ ଯାତ୍ରାର ମଜା ନେବେ ପର୍ଯ୍ୟଟକ । ପୁରୀରୁ ଯିବେ ପାରାଦୀପ, ଦୀଘା, ବିଶାଖାପାଟଣା, ଆଣ୍ଡାମାନ୍ ନିକୋବର। ଆସନ୍ତା ୨୭ ରୁ ୩୧ ମେରି ଟାଇମ୍ ୱିକ୍ ବେଳେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU । ପୂର୍ବରୁ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଓଡ଼ିଶାରେ ନୂଆ ଗତି ପାଇବ ପର୍ଯ୍ୟଟନ କ୍ଷେତ୍ର । ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ । ଯାତ୍ରୀଙ୍କୁ ନିଆରା ଜଳଯାତ୍ରାର ଅନୁଭୁତି ଦେବ ସୌଖିନ କୃଜ ଜାହାଜ । ଗତବର୍ଷ ଡିସେମ୍ବର ୧୦ ତାରିଖରେ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୨୭ ତାରିଖରୁ ୩୧ ତାରିଖ ମେରି ଟାଇମ୍ ୱିକ୍ ବେଳେ ରାଜ୍ୟ ସରକାର ଓ ପାରାଦୀପ ବନ୍ଦର ମଧ୍ୟରେ ହେବ MOU ।

ପୁରୀରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀଙ୍କୁ ନେଇ ଏହି ଘରୋଇ ଜାହାଜ ଚଳାଚଳ କରିବ । ପୁରୀର ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ହେବ। ପର୍ଯ୍ୟଟନ ସ୍ଥଳକୁ ଆହୁରି ବଳ ଦେବାକୁ ସରକାର ଯୋଜନା କରିଛନ୍ତି। ପୁରୀରୁ ପାରାଦୀପ, ବିଶାଖାପାଟଣା, ଦୀଘା, ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଆଦି ସ୍ଥାନକୁ ଏହି ଜାହାଜ ଚଳାଚଳ କରିବ । ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ସରିଛି ।

ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ଭିତ୍ତିଭୂମି ପୁରୀରେ, ଦ୍ୱିତୀୟ ପର୍ଯ୍ୟାୟରେ ପାରାଦୀପ ଠାରେ ବିକଶିତ ହେବ। ଆସନ୍ତା ୨ରୁ ତିନି ବର୍ଷ ଭିତରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁରୀରେ ହେବାକୁ ଥିବା କ୍ରୁଜ ଟର୍ମିନାଲ ର MOU ସ୍ୱାକ୍ଷର ହେବା ପରେ ପୁରୀ ପର୍ଯ୍ୟଟନ ସହ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cruise Terminal In Puri | Cruise terminal to be built in Puri | Argus News