Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମୀର ଦେ'ଙ୍କ ସମ୍ମାନରେ ଆଜି ବାଲିଯାତ୍ରାରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ

Odisha

ସମୀର ଦେ'ଙ୍କ ସମ୍ମାନରେ ଆଜି ବାଲିଯାତ୍ରାରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ

Smruti Parija
Browse all articles by Smruti Parija
·1 year ago·2 min read
ସମୀର ଦେ'ଙ୍କ ସମ୍ମାନରେ ଆଜି ବାଲିଯାତ୍ରାରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: କଟକ, କେବଳ ଗୋଟେ ସହରର ନାଆଁ ନୁହେଁ, ସ୍ବପ୍ନର ନାଆଁ ବି । କଟକ, କେବଳ ଗୋଟେ ଜୟପାଠର ନାଆଁ ନୁହେଁ, ଜୟଯାତ୍ରାର ବି । ହେଲେ ସେ ସ୍ବପ୍ନକୁ ପ୍ରତି ମୁହୂର୍ତ୍ତରେ ଜୀଉଁଥିବା ସୌଦାଗର ଆଉ ସେ ଜୟଯାତ୍ରାରେ ଜୟପାଠ କରୁଥିବା ମଣିଷ ଜଣକ କିନ୍ତୁ ଆଜି ସେପାରିର ଅତିଥି । ଗୋଟିଏ ପଟେ ଉତ୍କଳୀୟ ସାଧବପୁଅର ବୈଭବମୟ ବିଶ୍ବବାଣିଜ୍ୟର ବର୍ଣ୍ଣବିଭାରେ ମହାନଦୀ କୂଳ ଉଦଭାସିତ ହେଉଥିବା ବେଳେ ଏବେ କାଠଯୋଡ଼ି କୂଳ ସଜେଇ ହେଉଛି ଲିଭିଯାଇଥିବା ଅମର ଆତ୍ମାକୁ ତୋଳି ଧରିବା ପାଇଁ । ଏମିତି ଆତ୍ମା ଯିଏ ତମାମ ଜୀବନ ଖାଣ୍ଟି କଟକିଆଟେ ହେଇ ବଞ୍ଚିଥିଲା, କଟକର ଗଳିକନ୍ଦିରେ କାହା ଆଖିରୁ ଲୁହ ଝରିଲେ ଯାହା ଛାତି ବତୁରି ଯାଉଥିଲା । ନାଁ ସମୀର ଦେ । ଦାଦା ନାଁରେ ମନ୍ଦିର ଓ ମସଜିଦର ସହରରେ ପରିଚିତ ସେହି ମଣିଷ ଯିଏ ତମାମ ଜୀବନ କହୁଥିଲା ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା, ପାରସ୍ପରିକ ପ୍ରିୟବୋଧର କଥା, ପରସ୍ପରର ଆସ୍ଥା ଓ ଅସ୍ତିତ୍ବ ପ୍ରତି ସମ୍ମାନବୋଧର କଥା । ସେଥିପାଇଁ ତ ଆଜି ତାଙ୍କ ସମ୍ମାନରେ କଟକ ବାଲିଯାତ୍ରା ପଡ଼ିଆରେ ଉଭୟ ଗଣକବି ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ । 

କେବଳ ଏତିକିରେ ତାଙ୍କ ପରିଚୟ ସରୁନି । ଉପକୂଳ ଓଡ଼ିଶାରେ ବିଜେପିର ବୀଜରୋପଣର ବାଇମୁଣ୍ଡି ବି ଥିଲେ ସମୀର ଦେ । ସୋମବାର ଅପରାହ୍ନରେ ଏ ଖବର ଆସିବା ମାତ୍ରେ ଓଡ଼ିଶା ବିଜେପି ଶିବିରରେ ଖେଳିଯାଇଥିଲା ଶୋକର ଲହରୀ। ସମୀର ଦେଙ୍କ ପରଲୋକ ଖବର ଖାଲି ବିଜେପି କାହିଁକି ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ସମୀର ଦେଙ୍କ ପରଲୋକ ଖବର। କଟକ ଅଶ୍ବିନୀ ହସପିଟାଲରେ ଲାଗିଥିଲା ବିଜେପି କାର୍ଯ୍ୟକର୍ତ୍ତା ଓ ସମୀର ଦେଙ୍କୁ ଭଲ ପାଉଥିବା ଲୋକଙ୍କ ଗହଳି। ଦାଦାଙ୍କ ବିୟୋଗ ଖବର କାହାକୁ ନିର୍ବାକ କରିଦେଇଥିଲା ତ କିଏ ନିଜ ଲୁହକୁ ରୋକି ପାରିନଥିଲା। 

ନିମୋନିଆରେ ପୀଡ଼ିତ ହୋଇ ଅକ୍ଟୋବର ୨୫ ତାରିଖରେ ଅଶ୍ବିନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ ସମୀର ଦେ। ସମସ୍ତେ ଆଶା କରୁଥିଲେ ସବୁ ଥର ପରି ଏଥର ଦାଦା ପୁଣି ସୁସ୍ଥ ହୋଇ ଫେରିଆସିବେ। ଡାକ୍ତରମାନେ ସବୁ ପ୍ରକାର ପ୍ରୟାସ କରିଥିଲେ। ଏସସିବିର ବରିଷ୍ଠ ଡାକ୍ତରମାନେ ବି ସମୀରଙ୍କ ଚିକିତ୍ସାରେ ଲାଗିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଲା। ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ସମୀରଙ୍କୁ। ଆଉ ଶେଷରେ ସୋମବାର ଅପରାହ୍ନରେ ସମସ୍ତଙ୍କୁ ନିରାଶ କରି ୬୮ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସମସ୍ତଙ୍କର ପ୍ରିୟ ଦାଦା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cultural programs to be closed in Bali Yatra today in honour of Sameer De | Argus News