|
logo
Live
Argus News App
GET APP

Argus News - କଟକରେ ଫେରୁଛି ଶାନ୍ତି, ବାହାରୁ ଲୋକ ଆସି କରିଥିଲେ ବିଶୃଙ୍ଖଳା

Odisha

Cuttack Clash / କଟକରେ ଫେରୁଛି ଶାନ୍ତି, ବାହାରୁ ଲୋକ ଆସି କରିଥିଲେ ବିଶୃଙ୍ଖଳା

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
କଟକରେ ଫେରୁଛି ଶାନ୍ତି, ବାହାରୁ ଲୋକ ଆସି କରିଥିଲେ ବିଶୃଙ୍ଖଳା

Key Points

ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ମୁତୟନ ଅଛନ୍ତି ଫୋର୍ସ ।

ପୋଲିସ କମିଶନର କହିଲେ, କର୍ଫ୍ୟୁ ବେଳେ ଘଟିନାହିଁ କୌଣସି ଅପ୍ରୀତିକର ସ୍ଥିତି ।

କଟକରେ ସ୍ବାଭାବିକ ହୋଇଛି ଜୀବନ ଯାତ୍ରା । ଭାଇଚାରାର ସହରରେ ଫେରିଛି ଶାନ୍ତି । ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟିଛି । ତେବେ ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ସେପଟେ ସାଂସଦ ଭର୍ତ୍ତୃହରିଙ୍କ ପରେ ପ୍ରତାପ ଷଡ଼ଙ୍ଗୀ ଉଠାଇଛନ୍ତି ବାହାର ଲୋକଙ୍କ ସମ୍ପୃକ୍ତି ପ୍ରସଙ୍ଗ ।

ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି, କଟକଣା ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି । ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ ଅଛନ୍ତି । ଜାରି ରହିଛି ପୋଲିସ ପାଟ୍ରୋଲିଂ ।

ସେପଟେ କଟକ ଗଣ୍ଡଗୋଳକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। କହିଛନ୍ତି ରାଜ୍ୟରେ ୨୫ ବର୍ଷ ଧରି ପାଳନ ପୋଷଣ ହୋଇଥିଲେ ଅସାମାଜିକ ତତ୍ତ୍ଵ । ହଠାତ୍ ଶ୍ୱାସରୁଦ୍ଧ ହୋଇ ଏମାନେ ଆକ୍ରୋଶ ଦେଖାଇଛନ୍ତି । କିଛି ଦେଶ ବିରୋଧୀ ତତ୍ତ୍ଵ ସବୁ ଆଡ଼େ ଅଛନ୍ତି । ଜ୍ୟୋତି ମାଲାହୋତ୍ରା ବି ଆମ ଭିତରେ ଥିଲେ ।

କଟକ ଗଣ୍ଡଗୋଳ ଘଟଣାରେ ଏଯାଏଁ ୧୦ ଜଣଙ୍କୁ ଗିରଫ କରାଯାଇଛି । ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରିଥିବା ଏବଂ ଗ୍ରାଉଣ୍ଡରେ ବିଶୃଙ୍ଖଳାକାରୀଙ୍କ ଉପରେ ଦୃଢ଼ ଆକ୍ସନ ନିଆଯିବ ବୋଲି କହିଛି ପୋଲିସ।

ତେବେ ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା ।

ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Clash: କଟକରେ ଫେରୁଛି ଶାନ୍ତି, ବାହାରୁ ଲୋକ ଆସି କରିଥିଲେ ବିଶୃଙ୍ଖଳା | Argus News