ଅନ୍ଧାର ରାତିରେ କଟୁଛି ଅଭିଶପ୍ତ ଜୀବନ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତର ଘାସିଆଗୁଡା । ଗାଁରେ ବିଦ୍ୟୁତ ସଂଯୋଗ ନଥିବାରୁ ସନ୍ଧ୍ୟା ହେବା ମାତ୍ରେ ଅନ୍ଧାରରେ ହଜିଯାଉଛି ପୁରା ଗାଁ । ସୂର୍ଯ୍ୟାସ୍ତ ପରେ ବନ୍ଦ ହୋଇଯାଏ ସବୁ ଘରର କବାଟ । ଆଲୁଅ ପାଁଇ କାହାର ଡିବିରୀ ଭରସା ତ କାହାର ସୋଲାର ଲାଇଟ। ଆଉ କାହା ଭାଗ୍ୟରେ ସେତକ ବି ନଥାଏ। କାଠ ଜାଳି ସେଥିରେ ଅନ୍ଧାର ଦୁର କରିବ ସହ ବନ୍ୟ ଯନ୍ତୁଙ୍କ ଠାରୁ ନିଜକୁ ସୁରକ୍ଷିତ ରଖନ୍ତି ଗ୍ରାମବାସୀ।
ଆଲୁଅ ଖୋଜି ଖୋଜି ଏମାନେ ଅନ୍ଧାରରେ ଠେଲି ହୋଇ ଯାଇଛନ୍ତି l ବିକାଶର ପାହାଚରେ ଚଢିବା ଏମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି l ଅନ୍ଧାର କାରଣରୁ ବିକାଶର ପାହାଚ ଚଡିବ ପାଇଁ ଚେଷ୍ଟା କଲେ ବି ଖସି ପଡି ଯାଉଛନ୍ତି l ବିଜୁଳି ଆଲୁଅ ନ ଥିବାରୁ ଅନ୍ଧାର ହେଲା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଅନ୍ଧାରୀ ମୂଲକର ଅନ୍ଧାର ଗାଁ। ନାଁ ଏଠି ହୋଇ ପାରୁଛି ବିଜୁଳି ସଂଯୋଗ । ନା ପହଞ୍ଚି ପାରୁଛି ସରକାରଙ୍କ ବିକାଶ ଗାଡି। ଡିଗିରୀ ନିଆଁରେ ବିକାଶର ସ୍ବପ୍ନ ଦେଖୁଛନ୍ତି ଅଞ୍ଚଳବାସୀ।