Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

Smruti Parija
Browse all articles by Smruti Parija
·2 years ago
ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

ଅର୍ଗସ ବ୍ୟୁରୋ:  କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।  ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ । 

ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Cuttack Bali Yatra extended by a day | Argus News