Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍

Odisha

Historic Baliyatra Cuttack / ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍

Key Points

ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ଯୁଜ୍ । ଏନେଇ ଆଜି ଶନିବାର କଟକ ଜିଲ୍ଲା ପ୍ରଶାସନ ସହିତ ଅର୍ଗସ ନ୍ୟୁଜ୍‌ର ଚୁକ୍ତି ସ୍ଵାକ୍ଷର କରାଯାଇଛି ।
କଟକ: କାର୍ତ୍ତିକ ପୂର୍ଣ୍ଣିମାରୁ ପ୍ରତିବର୍ଷ ଆରମ୍ଭ ହୁଏ ଐତିହାସିକ କଟକ ବାଲିଯାତ୍ରା । କଟକ ବାଲିଯାତ୍ରା ହେଉଛି ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଅର୍ଗସ ନ୍ୟୁଜ୍ ହୋଇଛି ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ।

ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ଯୁଜ୍ । ଏନେଇ ଆଜି ଶନିବାର କଟକ ଜିଲ୍ଲା ପ୍ରଶାସନ ସହିତ ଅର୍ଗସ ନ୍ୟୁଜ୍‌ର ଚୁକ୍ତି ସ୍ଵାକ୍ଷର କରାଯାଇଛି । ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ଭାବେ ଅର୍ଗସ ନ୍ୟୁଜ୍‌ରେ ଆପଣ ଐତିହାସିକ କଟକ ବାଲିଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରି ପାରିବେ ।

ଏଥିସହ ପଢ଼ନ୍ତୁ: ଉପର ପଡ଼ିଆରେ ଝଲସିବ କଟକର ଐତିହ୍ୟ ବାଲିଯାତ୍ରା

ହଜାର ହଜାର ବର୍ଷର ପରମ୍ପରାକୁ ଉଜ୍ଜୀବିତ ରଖି କଟକର ମହାନଦୀ ପଠାରେ ଆୟୋଜିତ ହୁଏ ବାଲିଯାତ୍ରା । ଯାହାକି ଓଡ଼ିଶା ସହ ବାଲିର ସମ୍ପର୍କକୁ ପ୍ରତିଫଳିତ କରେ । ଦକ୍ଷିଣ-ଏସିଆର ଦେଶ ସହ ଓଡ଼଼ିଶାର ସୁଦୀର୍ଘ ସମ୍ପର୍କକୁ ମନେ ପକାଏ । ବାଲିଯାତ୍ରା ଆମକୁ ସେହି ନୌବାଣିଜ୍ୟ ଇତିହାସକୁ ଫେରାଇ ନିଏ । ବାଲିଯାତ୍ରା ମାଧ୍ୟମରେ ସୁଦୃଢ଼ ହୁଏ ସଂସ୍କୃତି, ପୁନର୍ଜୀବିତ ହୁଏ ପରମ୍ପରା, ଲୋକକଳାକୁ ମିଳେ ଆଦର, ଐତିହ୍ୟକୁ ମିଳେ ପରିଚୟ । ବାଲିଯାତ୍ରା କରେ କଳିଙ୍ଗର ଶୋଭା ବର୍ଦ୍ଧନ, ପର୍ଯ୍ୟଟନକୁ ଦିଏ ପ୍ରୋତ୍ସାହନ ।

ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ ।

କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପସରା ତା' ସହ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ମିଳିଥାଏ । ଦକ୍ଷିଣପୂର୍ବ ଏସିଆର ଏହି ବୃହତ ବାଣିଜ୍ୟିକ ମେଳାରେ ଆପଣଙ୍କ ନିକଟରେ ଅର୍ଗସ ନ୍ୟୁଜ୍ ପହଞ୍ଚାଇବ ଐତିହାସିକ କଟକ ବାଲିଯାତ୍ରାର ସବୁ ଅପଡେଟ୍ । ଖାଦ୍ୟରୁ ନେଇ ପୋଷାକ, ହାତ ତିଆରି ଉପକରଣରୁ ନେଇ ଘର କରଣା ସାମଗ୍ରୀ ସବୁକିଛି ଆପଣ ପାଇବେ ଅର୍ଗସ ନ୍ୟୁଜ୍‌ରେ ।

ଏଥିସହ ପଢ଼ନ୍ତୁ: ବ୍ରିଟିଶ ସଂସଦରେ ପହଞ୍ଚିଲା ବାଲିଯାତ୍ରା, ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ ଉତ୍ସବ

ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ଭାବେ ଅର୍ଗସ ନ୍ୟୁଜ୍‌ରେ ବ୍ୟାପକ ମିଡିଆ କଭରେଜ୍ କରାଯିବ । ବାଲିଯାତ୍ରା ପଡ଼ିଆରୁ ସ୍ଵତନ୍ତ୍ର ପ୍ରୋଗ୍ରାମ ଏବଂ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ସାମିଲ ହେବ ଅର୍ଗସ ନ୍ୟୁଜ୍ । ବାଲିଯାତ୍ରା ପଡ଼ିଆରୁ ଲାଇଭ୍ କଭରେଜ୍ ସହ ଡିଜିଟାଲ୍‌ରେ ବାଲିଯାତ୍ରାର ପ୍ରଚାର ପ୍ରସାର କରିବ ଅର୍ଗସ ନ୍ୟୁଜ୍ । ଅର୍ଗସ ନ୍ୟୁଜ୍‌ରେ ବାଲିଯାତ୍ରାର ପାରମ୍ପରିକ ମହତ୍ତ୍ଵରୁ କଳାକାର ଓ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Argus News Becomes Exclusive Media Partner for Historic Cuttack Baliyatra 2025 | Argus News | Argus News