Videos
|
Odisha

Cuttack Baliyatra 2026 / ଆଲୋକମାଳାରେ ଝଲସିଲା କଟକ, ରାଷ୍ଟ୍ରପତିଙ୍କ ହାତରେ ଉଦ୍‌ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା

Ritu Das
Browse all articles by Ritu Das
·1 hour ago·1 min read
ଆଲୋକମାଳାରେ ଝଲସିଲା କଟକ, ରାଷ୍ଟ୍ରପତିଙ୍କ ହାତରେ ଉଦ୍‌ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା
India

Key Points

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଏହି ବିଶ୍ୱପ୍ରସିଦ୍ଧ ଉତ୍ସବର ଶୁଭଉଦ୍‌ଘାଟନ କରିଛନ୍ତି
କଟକ: ନୌବାଣିଜ୍ୟ ପରମ୍ପରାର ପ୍ରତୀକ ତଥା ଐତିହାସିକ କଟକ ବାଲିଯାତ୍ରା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଏହି ବିଶ୍ୱପ୍ରସିଦ୍ଧ ଉତ୍ସବର ଶୁଭଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର କଟକ ସହର ଆଲୋକମାଳାରେ ସୁସଜ୍ଜିତ ହୋଇ ଉଠିଥିବା ବେଳେ, ସହରବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ ମହାନଦୀରେ ‘କଳିଙ୍ଗ ତରଙ୍ଗିଣୀ’ ବୋଟ୍‌ରେ ନୌକା ବିହାର କରି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସ୍ମୃତିକୁ ତାଜା କରିଥିଲେ।

ଏହାପରେ ସେ ‘କଟକ-ଇନ୍-କଟକ’ ପ୍ୟାଭିଲିୟନରେ ପ୍ରବେଶ କରି ବ୍ୟାଟେରୀ ଚାଳିତ ଗାଡ଼ିରେ ସମ୍ପୂର୍ଣ୍ଣ ପରିସର ବୁଲି ଦେଖିଥିଲେ। ଏହି ଅବସରରେ ସେ ଓରମାସ୍ (ORMAS) ଦ୍ୱାରା ଆୟୋଜିତ ବିଭିନ୍ନ ଷ୍ଟଲ ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ସାମଗ୍ରୀର ପ୍ରଶଂସା କରିଥିଲେ।ଉଦ୍‌ଘାଟନୀ ଉତ୍ସବରେ ବୈଷ୍ଣବ ପାଣି ମଞ୍ଚରୁ ମହାମହିମ ରାଷ୍ଟ୍ରପତି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କଟକ ସାଂସଦ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ବାଲିଯାତ୍ରାର ସହଭାଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆର ପ୍ରତିନିଧିମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ରହି ଦୁଇ ଦେଶର ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆସନ୍ତାକାଲି ସେ କଟକସ୍ଥିତ ଡାକ୍ତର ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: