ବାପାର ଜଘନ୍ୟ କାଣ୍ଡ: ପ୍ରଥମ ବୋହୂ, ପରେ ଆଖିବୁଜିଲା ପୁଅ

କଟକ: କଟକ ବାରଙ୍ଗ ପୁଅ ଓ ବୋହୂକୁ ପେଟ୍ରୋଲ ଢାଳି ବାପା ପୋଡ଼ି ଦେବା ମାମଲାରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଛି । ବାରଙ୍ଗ ଥାନା ବାରସିଙ୍ଗା ଗାଁର ଏହି ଘଟଣା ଏବେ ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପ୍ରଥମେ ବୋହୂ ଆଉ ଏବେ ପୁଅ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଗତ ନଭେମ୍ବର ୩୦ ତାରିଖ ରାତିରେ ଘଟିଥିଲା ଏହି ଛାତିଥରା ଘଟଣା । ବାର୍ଷିଙ୍ଗା ଗାଁର ଦିନବନ୍ଧୁ ରାଉତ ଓ ତାଙ୍କ ସ୍ତ୍ରୀ ସସ୍ମିତା ରାଉତ ଘରେ ଖାଉଥିବା ବେଳେ ଦୀନବନ୍ଧୁ ଙ୍କ ବାପା ଗୋଭର୍ଦ୍ଧନ ରାଉତ ଟଙ୍କା ପାଇଁ ପୁଅ ବୋହୁକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଦୀନବନ୍ଧୁଙ୍କ ପତ୍ନୀ ସସ୍ମିତା ରାଉତଙ୍କ ୯୦ପ୍ରତିଶତ ପୋଡ଼ି ଯିବା ଫଳରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏବେବି ICUରେ ଚିକିତ୍ସାଧିନ ଅଛନ୍ତି ଦିନବନ୍ଧୁ । ତେବେ ପୁଅ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ସମୟରେ ବାପା ଗୋଭର୍ଦ୍ଧନ ରାଉତ ମଧ୍ୟ ଆହତ ହୋଇଥିବା ବେଳେ ସେ ମଧ୍ୟ କଟକ SCB ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ବାରଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
