Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ସମାଧାନରେ ବିଳମ୍ବ, ୪୮ ଅଧିକାରୀଙ୍କ ଦରମା ରୋକିବାକୁ ଚିଠି

Odisha

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ସମାଧାନରେ ବିଳମ୍ବ, ୪୮ ଅଧିକାରୀଙ୍କ ଦରମା ରୋକିବାକୁ ଚିଠି

Sushanta Sahoo
Browse all articles by Sushanta Sahoo
·1 year ago
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ସମାଧାନରେ ବିଳମ୍ବ, ୪୮ ଅଧିକାରୀଙ୍କ ଦରମା ରୋକିବାକୁ ଚିଠି

ସାଲେପୁର: ବାବୁଙ୍କ ଦରମାରେ ରୋକ୍ । କଟକ ଜିଲ୍ଲାର ୪୮ ଜଣ ସରକାରୀ ଅଧିକାରୀଙ୍କ ଫେବ୍ରୁଆରୀ ମାସର ଦରମା ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ହୋଇ ନଥିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଠଗଡ, ବାଙ୍କୀ, ବଡ଼ମ୍ବା, କଟକ ସଦର, ମାହାଙ୍ଗା, ନରସିଂହପୁର, ନିଶ୍ଚିନ୍ତକୋଇଲି, ସାଲେପୁର, ଟାଙ୍ଗୀ-ଚୌଦ୍ଵାର, ତିଗିରିଆ ବ୍ଲକ ବିଡିଓଙ୍କ ସହ ବାଙ୍କୀ, ବାରଙ୍ଗ, କଣ୍ଟାପଡ଼ା, ମାହାଙ୍ଗା, ନିଆଳି, ଟାଙ୍ଗୀ-ଚୌଦ୍ଵାର ତହସିଲଦାରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିଭଳି ସିଏସ୍ଓ କଟକ, ଡିସିପିଓ, ଓମ୍‌ଫେଡ୍ ଏମ୍‌ଡି, ଇଡ୍‌କୋ ଜିଏମ୍‌, କଟକ ଡିଆଇସି, ଡଆଇପିଆର୍‌ଓ, ଡିଆରସିଏସ୍ କଟକ, ଆଠଗଡ଼ ଏନଏସି ଓ ଚୌଦ୍ଵାରା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଆରଡବ୍ଲୁଏସ୍ଏସ୍ କଟକ, ସେଟେଲମେଣ୍ଟ ଅଫିସର କଟକ, ଉପ-ଜିଲ୍ଲାପାଳ ବାଙ୍କୀ ଆଦି ଅଧିକାରୀଙ୍କ ଫେବ୍ରୁମାସର ଦରମା ରୋକିବା ପାଇଁ ଟ୍ରେଜେରୀକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Collector Held Up 48 Officers February Month Salary | Argus News