Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ ମୋହୁଛି ଭଳିକି ଭଳି ମାଟି ଦୀପ

Odisha

ମନ ମୋହୁଛି ଭଳିକି ଭଳି ମାଟି ଦୀପ

Smruti Parija
Browse all articles by Smruti Parija
·2 years ago·2 min read
ମନ ମୋହୁଛି ଭଳିକି ଭଳି ମାଟି ଦୀପ

କଟକ: ଆଉ କେଇଟା ଦିନ ପରେ ଆନନ୍ଦ ଉଲ୍ଲାସରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ସବୁଠି ଦେଖିବାକୁ ମିଳୁଛି ମାଟି ଦୀପର ପସରା । ମନ ମୋହୁଛି ଭଳିକି ଭଳି ମାଟି ଦୀପ ।  କଟକ ଜିଲ୍ଲା ସାଲେପୁର ବ୍ଲକ କ୍ରିଷ୍ନାପୁର,ରାଇସୁଙ୍ଗୁଡା ଦୀପ କାରିଗରଙ୍କ ଗ୍ରାମ । ଗାଁରେ ଘରେ ଘରେ ମହିଳାଙ୍କଠୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ଲାଗି ପଡିଛନ୍ତି ଦୀପ ତିଆରି କରିବାରେ । ସମସ୍ତଙ୍କ ହାତରେ ବିଭିନ୍ନ ଆକାରର ଦୀପ ଛାଞ୍ଚ, ପାଉଁଶ,ଆଉ ଛୁରୀ । ପ୍ରଥମେ ମାଟି, ବାଲିକୁ ଭଲ ଭାବରେ ଚକଟି ଗୁଳା ବା ସାଇଜି ଅନୁସାରେ ପେଡା ଆକୃତି କରାଯାଏ ।

ଛାଞ୍ଚରେ ଅଳ୍ପ ପାଉଁଶ ଦେଇ ସେହି ପେଡା ଆକୃତି ମାଟିକୁ ଛାଞ୍ଚରେ ରଖି ଅବଶିଷ୍ଟ ମାଟିକୁ ଛୁରୀ ଦ୍ୱାରା ବିଭିନ୍ନ ଆକାରରେ କାଟି କଞ୍ଚା ଦୀପକୁ ଖରାରେ ସୁଖେଇ ଭାଟିରେ ସାଇଜିରେ ରଖି ପୋଡା ଯାଏ । ଏହାପରେ ସେହି ଦୀପ ବଜାରକୁ ଆସେ । ଏହି ହାତ ତିଆରି ଦୀପକୁ ସ୍ଥାନୀୟ ବେପାରୀଠୁ ଆରମ୍ଭ କରି ଜିଲ୍ଲା ବାହାରକୁ ବିକ୍ରୀ ପାଇଁ ପଠାଯାଏ ।

ଦୀପାବଳିରେ ବାଣ ଫୁଟାଇବାକୁ କଟକଣା ଲଗାଇଲେ ସୁପ୍ରିମକୋର୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀପ ତିଆରି କରିବା ପାଇଁ ମାଟି ସହିତ ବାଲି ସମସ୍ୟା ଦେଖା ଦେଲାଣି । ପୂର୍ବରୁ ଯେଉଁ ଭଳି ଭାବରେ ଘର ପାଖରେ ମାଟି, ବାଲି ମିଳୁଥିଲା ତାହା ଏବେ ମିଳୁନାହିଁ । ଯାହା ଫଳରେ ଦୂରରୁ ଗାଡିରେ ଆଣିଲା ବେଳକୁ ଅଧିକ ଖର୍ଚ୍ଚ ପଡୁଛି । ଦୀପ ତିଆରି କରିବାରେ ଯେତିକି ପରିଶ୍ରମ ତାହା ସହିତ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ଆମକୁ ମିଳୁନାହିଁ । ଆମର କୌଳିକ ବୃତ୍ତି ସହିତ ଆମର କୂଳବେଉଷାକୁ ବଞ୍ଚାଇବା ରଖିବା ଉଦ୍ୟଶରେ ଦୀପ ତିଆରି କରୁଛୁ ।

ଚାଇନା ଲାଇଟ୍ ହେଉ କି ପ୍ଲାଷ୍ଟିକର ଦୀପ ବଜାରରେ ମିଳୁଛି । ହେଲେ ମାଟି ଦୀପରେ ସ୍ୱତନ୍ତ୍ର ସ୍ଥାନ ରହିବା ସହିତ ଆଦର ଅଛି । ସେଥିପାଇଁ ନିଜର ଅଭାବ ଅନଟନରେ ରହିକି ଦୀପ କାରିଗର ଛାଡି ନାହାନ୍ତି କୂଳବେଉଷା ବା କୌଳିକ ବୃତ୍ତିକୁ ।
 

Sponsored
Cuttack District Salepur Block Krishnapur, Raisunguda Deep Artisan's Village | Argus News