Durga Puja / ୩୮ଟି ଚାନ୍ଦି ମେଢ଼ ଓ ସୁନାର ଝଲକରେ ଝଲସୁଛି ମାଆଙ୍କ ଆସ୍ଥାନ
·56 mins ago·2 min read

Key Points
କଟକ ଦଶହରାରେ ଖର୍ଚ୍ଚ ହୁଏ ପ୍ରାୟ ୧ ହଜାର କୋଟି ଟଙ୍କା
ସହରର ପ୍ରାୟ ୧୮୦ଟି ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ଆୟୋଜିତ ହେଉଛି
ଚାନ୍ଦି ମେଢ଼ରେ ଝଲସୁଛି ରୌପ୍ୟ ନଗରୀ
ଦଶହରା ଆସିଲେ ଉତ୍ସବମୁଖର ହୋଇଉଠେ କଟକ ସହର। ମାଁଙ୍କ ଆଗମନରେ ଝଲସି ଉଠେ ରୌପ୍ୟ ନଗରୀ। କେଉଁଠି ଚାନ୍ଦି ମେଢ଼ର ଚମକ, ତ ଆଉ କେଉଁଠି ସୁନା ଅଳଙ୍କାରର ରାଜକୀୟ ଠାଣି। ଗୋଟିଏ କି ଦୁଇଟି ନୁହେଁ, ସହରର ପ୍ରାୟ ୧୮୦ଟି ମଣ୍ଡପରେ ଜମେ ପୂଜାର ଆସର। କଟକ ଦଶହରାରେ ମୋଟ ଖର୍ଚ୍ଚର ପରିମାଣ ପ୍ରାୟ ଏକ ହଜାର କୋଟି ଟଙ୍କା। ତେବେ କାହିଁକି ଏତେ ଖାସ୍ କଟକ ଦଶହରା ? ଚାନ୍ଦି ମେଢ଼ରୁ ସୁନା ଅଳଙ୍କାର, ସବୁଠି ରହିଛି ଆକର୍ଷଣ।
୧୯୫୬ରେ କଟକ ଦଶହରାର ଇତିହାସରେ ଯୋଡ଼ି ହୋଇଥିଲା ଏକ ନୂଆ ଫର୍ଦ୍ଦ। ଚୌଧୁରୀ ବଜାର ପୂଜା କମିଟି ପକ୍ଷରୁ ପ୍ରାୟ ୨୫୦ କିଲୋଗ୍ରାମ ଚାନ୍ଦିରେ ନିର୍ମାଣ କରାଯାଇଥିଲା ମେଢ଼ ଓ ସିଂହାସନ। ରୂପା ତାରକସି କାରୁକାର୍ଯ୍ୟରେ ସଜ୍ଜିତ ଏହି ମେଢ଼ ପାଲଟିଥିଲା ଭକ୍ତଙ୍କ ଆକର୍ଷଣର କେନ୍ଦ୍ର। କଟକର ଚାନ୍ଦି ମେଢ଼ ପରମ୍ପରାର ଏହା ଥିଲା ଏକ ଐତିହାସିକ ଆରମ୍ଭ। ବର୍ତ୍ତମାନ ଚୌଧୁରୀ ବଜାର ପୂଜା ମଣ୍ଡପରେ ମାଁଙ୍କ ଚାନ୍ଦି ମେଢ଼ରେ ବ୍ୟବାହର ହୋଇଛି ୩ କ୍ୱିଣ୍ଟାଲ ୨୦ କେଜି ରୂପା। ଗହଣା, ଅଳଙ୍କାର, ମୁକୁଟ, ପାନକଲି, ଓଁ ଆଦିରେ ବ୍ୟବହାର ହୋଇଛି ୨୫-୩୦ କେଜି ସୁନା।
କଟକ ସହରରେ ହୁଏ ସବୁଠାରୁ ଦାମୀ ଦଶହରା। ଖର୍ଚ୍ଚ ହୁଏ ପ୍ରାୟ ୧ ହଜାର କୋଟି। ମାଁ ଜଗତଜନନୀଙ୍କ ଚାନ୍ଦି ମେଢ଼ ଓ ସୁନା ଅଳଙ୍କାରରେ ଖର୍ଚ୍ଚ ହୁଏ ପ୍ରାୟ ୫୦୦ କୋଟି ଟଙ୍କା। ଏବେ ୩୮ ନମ୍ୱରରେ ପହଞ୍ଚିଛି ଚାନ୍ଦି ମେଢ଼ ସଂଖ୍ୟା। ଚାନ୍ଦିର ଚମକରେ ଝଲସେ ମାଆଙ୍କ ଆସ୍ଥାନ। ଗୋଟିଏ କି ଦୁଇଟି ନୁହେଁ, କଟକ ସହରରେ ରହିଛି ମୋଟ ୩୮ଟି ଚାନ୍ଦି ମେଢ଼। ଏହି ଚାନ୍ଦି ମେଢ଼ରେ ଦେଖିବାକୁ ରୌପ୍ୟ ନଗରୀର ସୂକ୍ଷ୍ମ ତାରକସୀ କାରୁକାର୍ଯ୍ୟ। କଟକ ସହରର ଶେଖ ବଜାର, ମହମ୍ମଦିଆ ବଜାର, ମାନସିଂପାଟଣା, ଅଲିଶା ବଜାର, କାଫଲା ବଜାର ଭଳି ଅଞ୍ଚଳର ରୂପା କାରିଗରଙ୍କ କାରିଗରୀରେ ଝଲସି ଉଠେ ଏହି ଚାନ୍ଦି ମେଢ଼। ଏଥିପାଇଁ ତ ଓଡ଼ିଶା ପ୍ରସିଦ୍ଧ ଦଶହରା କହିଲେ କଟକ କଥା ସବୁଠାରୁ ଆଗେ ମନେପଡ଼େ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories