Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / କଟକରେ ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣା, ୬ ଗିରଫ

Banajyotshna Ray
Browse all articles by Banajyotshna Ray
·9 months ago·2 min read
କଟକରେ ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣା, ୬ ଗିରଫ

Key Points

କଟକରେ ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ଆକ୍ସନ
6 ଜଣଙ୍କୁ ବାନ୍ଧିଲା ପୋଲିସ
CCTV ଓ ଡ୍ରୋନ୍ କ୍ୟାମେରା ଫୁଟେଜ୍ ଆଧାରରେ ଅଭିଯୁକ୍ତ ଚିହ୍ନଟ
ପୋଲିସ DGଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ଶାନ୍ତି ବଜାୟ ରଖିବାକୁ ସହରବାସୀଙ୍କୁ CPଙ୍କ ଅପିଲ୍

ସମୟ ଶୁକ୍ରବାର ରାତି ପ୍ରାୟ 12ଟା । ସ୍ଥାନ - ହାତୀପୋଖରୀ ଛକ, କଟକ। ଦୁର୍ଗା ଭସାଣ ବେଳେ ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ମାଙ୍କ ଭସାଣ ପାଇଁ ଧାଡ଼ି କରି ଯାଉଥିଲେ ଗୋଟିଏ ପରେ ଗୋଟିଏ ମେଢ଼ । ହାତୀ ପୋଖରୀ ଛକରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ସହ ଝାଞ୍ଜିରୀମଙ୍ଗଳା କମିଟି ଯୁବକଙ୍କର ହେଲା ଗଣ୍ଡଗୋଳ । ପ୍ରଥମେ ପାଟିତୁଣ୍ଡ, ହାତାହାତି । ତା ପରେ ନେଲା ଗୋଷ୍ଠୀ ସଂଘର୍ଷର ରୂପ । ପରସ୍ପର ଉପରକୁ ପଥର, କାଚ ବୋତଲ ଫିଙ୍ଗିଲେ । ରାସ୍ତା କଡ଼ ଉଠା ଦୋକାନ ବି ଭାଙ୍ଗିଲେ। ପୋଲିସ ବୁଝାସୁଝା କଲା, ସ୍ଥିତି ଶାନ୍ତ ନ ହେବାରୁ କଲା ଲାଠିଚାର୍ଜ । ରାତିରେ କର୍ଫ୍ୟୁ ବି ଲାଗିଲା। ଗଣ୍ଡଗୋଳରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।


କଟକ ଡିସିପି, ଦରଘା ବଜାର ଥାନା IICଙ୍କ ସହ କେତେକ ପୋଲିସ କର୍ମୀ, ବିଜେପି କଟକ ନଗର ସଭାପତି ଓ କେତେକ ଅନ୍ୟ ଯୁବକ ବି ଆହତ ହୋଇଛନ୍ତି । ଘଟଣାରେ 6 ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଗିରଫଦାରୀ ପ୍ରତିବାଦରେ କେତେକ ହିନ୍ଦୁ ସଂଗଠନ, ବିଭିନ୍ନ ପୂଜା କମିଟି ରାଜରାସ୍ତାକୁ ଓହ୍ଲାଇଲେ । ପୋଲିସ, ପୂଜା ଓ ଶାନ୍ତି କମିଟି, ରାଜନେତା ପହଞ୍ଚି ବୁଝାସୁଝା କରିବା ପରେ ସ୍ଵାଭାବିକ ଭାବେ ମେଢ଼ ବିସର୍ଜନ ହେଲା । ଘଟଣା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥିତି ଶାନ୍ତ ହେବା ପରେ ପୁଣି ଦେବୀଗଡ଼ା ଅଭିମୁଖେ ବାହାରିଲା ମାଙ୍କ ମୂର୍ତ୍ତି । ବିଭିନ୍ନ ପୂଜା କମିଟି ଘଣ୍ଟ ଘଣ୍ଟା, ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ମାଙ୍କୁ ବିଦାୟ ଦେଲେ । ଏଥିପାଇଁ ସକାଳୁ ସକାଳୁ ଦେବୀଗଡ଼ା ଲୋକାରଣ୍ୟ ହୋଇଥିଲା । ଦେବୀଗଡ଼ାର ୩ ଟି ଅସ୍ଥାୟୀ ପୁଷ୍କରିଣୀରେ ୧୦୯ଟି ମେଢ଼ ବିସର୍ଜିତ ହୋଇଥିବାବେଳେ ବାକି ୧୦ଟି ମେଢ଼ ନିଜ ନିଜ ମଣ୍ଡପ ନିକଟ ନଦୀ ଓ କେନାଲରେ ବିସର୍ଜନ କରିଥିଲେ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | Cuttack Violence Incident | Argus News | Argus News