Jaundice Scare / କାମଳ ରୋଗ କବଳରେ କଟକ; ଶେଖବଜାର ଓ ମାନସିଂ ପାଟଣାରେ ୨୦ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ
·4 months ago·2 min read

Key Points
ଶେଖବଜାର ଓ ମାନସିଂ ପାଟଣା ଅଞ୍ଚଳରେ କାମଳ ରୋଗରେ ଆକ୍ରାନ୍ତ ହେଲେଣି ୨୦ରୁ ଅଧିକ । ଏବେ ପାଞ୍ଚ ଜଣ ଜଣ୍ଡିସରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
କଟକ: କଟକରେ ଜଣ୍ଡିସ ଆତଙ୍କ । ସହରର ଶେଖବଜାର ଓ ମାନସିଂ ପାଟଣା ଅଞ୍ଚଳରେ କାମଳ ରୋଗରେ ଆକ୍ରାନ୍ତ ହେଲେଣି ୨୦ରୁ ଅଧିକ । ଏବେ ପାଞ୍ଚ ଜଣ ଜଣ୍ଡିସରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାନୀୟ ଜଳରୁ ଜଣ୍ଡିସ୍ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ଲୋକେ ।
ଲୋକଙ୍କ ଅଭିଯୋଗ ପରେ ମଙ୍ଗଳବାର ସେହି ଅଞ୍ଚଳରେ ବୁଲିଛନ୍ତି ସିଏମସି ମେୟର, କମିଶନର, ୱାଟକୋ ଅଧିକାରୀଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଟିମ୍ । କଟକ ମହାନଗର ନିଗମର ୧୦ ଓ ୧୨ ନମ୍ବର ୱାର୍ଡରେ ଜଣ୍ଡିସ୍ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ଏହି କମ୍ପାନୀର ଜାହାଜରେ ଯିଏ ଯାଉଛି ସେ ଆଉ ଫେରୁ ନାହିଁ କାରଣ...
ଦୂଷିତ ପାନୀୟ ଜଳ ପାଇଁ ଜଣ୍ଡିସ୍ ବ୍ୟାପୁଥିବା ଲୋକେ ଅଭିଯୋଗ କରିବା ପରେ ପ୍ରଶାସନ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ୨୦ ଜଣ୍ଡିସ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୫ ଜଣଙ୍କ ଚିକିତ୍ସା ଚାଲିଛି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।
କଟକ ମେୟର କହିଛନ୍ତି, "ପାଣି ପ୍ରଦୂଷିତ ହୋଇଛି । ବିଭିନ୍ନ ସ୍ଥାନରେ ଅଧିକାରୀମାନେ ଲୋକଙ୍କ ସମ୍ପର୍କରେ ନାହାନ୍ତି । ଖୋଳାଖୋଳି କରି ଦେଖିବା ପରେ ପାଣି ପାଇପ୍ ଫାଟି ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି । ବିଭାଗ ୭ ଦିନ ଧରି ଅନୁଧ୍ଯାନ କରିବା ସହ କ୍ୟାମ୍ପ ପକାଇ ପରୀକ୍ଷା କରାଯାଉଛି । ଜଣ୍ଡିସ୍କୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।"
ଏଥିସହ ପଢ଼ନ୍ତୁ:ଭାରତର ନୂତନ ପିଢ଼ିକୁ AI-ସକ୍ଷମ ଶିକ୍ଷା ପ୍ରଦାନ କରିବା ଆମର ଦାୟିତ୍ୱ: ଧର୍ମେନ୍ଦ୍ର
ଲୋକଙ୍କ ଅଭିଯୋଗ ଅନୁଯାୟୀ, ସହରରେ ଡ୍ରେନ୍ ସଫା ହେଉନଥିବାରୁ ମଇଳା ପାଣି ପାଇପ୍ ଭିତରେ ପଶି ଯାଉଛି । ଫଳରେ ଲୋକେ ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । କେବଳ ଏହି ଦୁଇଟି ୱାର୍ଡ ନୁହେଁ, ବରଂ ଅଧିକାଂଶ ଅଞ୍ଚଳରେ ସମାନ ସମସ୍ୟା ଦେଖିବାକୁ ମିଳିଛି ।
ସ୍ଥିତି ବିଗିଡ଼ିବା ପରେ ଏବେ ପ୍ରଶାସନ ପକ୍ଷରୁ ସଚେତନତା ଓ ଡ୍ରେନ୍ ସଫେଇ କାର୍ଯ୍ୟ ଜୋରଦାର କରାଯାଇଛି । ଜଣ୍ଡିସ୍ ରୋକିବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ସତ, ହେଲେ ଆଗାମୀ ଦିନରେ କଟକବାସୀଙ୍କୁ କେବେ ମିଳୁଛି ବିଶୁଦ୍ଧ ପାନୀୟ ଜଳ, ତାହା ଦେଖିବାକୁ ବାକି ରହିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories