Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସରାଏ ବର୍ଷାରେ ହାଲ୍ ବେହାଲ୍ କଟକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅସରାଏ ବର୍ଷାରେ ହାଲ୍ ବେହାଲ୍ କଟକ

Key Points

ଛାଡ଼ିଲା ବର୍ଷା ଦେଇଗଲା ଦୁଃଖ
ଅଦିନରେ ଜଳବନ୍ଦୀ କଟକ
ଅସରାଏ ବର୍ଷାରେ ହାଲ୍ ବେହାଲ୍
ପୁଣି ଫେଲ୍ CMCର ପ୍ରସ୍ତୁତି
ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ

କଟକ ବାସିନ୍ଦାଙ୍କ ପାଇଁ କାଳ ସାଜିଲା ଗତକାଲିର କାଳବୈଶାଖୀ ବର୍ଷା । ପାଖାପାଖି ଦେଢ଼ ଘଣ୍ଟାର ବର୍ଷାରେ ସହରରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ବର୍ଷା ଛାଡି ବାର ଦେଢ଼ ଦିନ ପରେ ମଧ୍ୟ ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମୁଖୀନ ହୋଇଛନ୍ତି ।ଏ ଚିତ୍ର ହେଉଛି କଟକ ସାମନ୍ତ ସାହିର। ପୁରା ପାଣି ଘେରରେ ରହିଛି ସାମନ୍ତ ସାହି । ଲୋକମାନେ ପାଣିରେ ଯିବା ଆସିବା କରୁଛନ୍ତି । ଦୋକାନୀ ଘର ପାଖରୁ ଆରମ୍ଭ କରି ଲୋକମାନଙ୍କ ଘରେ ମଧ୍ୟ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି କଟକ ବସିନ୍ଦା ।

କେବଳ ସାମନ୍ତ ସାହି ନୁହେଁ ଏ ହେଉଛି କଟକ ଫ୍ରେଣ୍ଡସ କଲୋନୀର ଚିତ୍ର । ଏଠି ମଧ୍ୟ ରାସ୍ତା ଉପରେ ଲହଡି ମାରୁଛି ପାଣି । ଘରେ ଭିତରେ ଓ ବାହାରେ ଜମି ରହିଛି ପାଣି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସଠିକ ସମୟରେ ଡ୍ରେନରୁ ପଙ୍କ ଉଦ୍ଧାର ହେଉ ନଥିବା ଏବଂ ବକ୍ସଡ୍ରେନ ଯାଇକା କାର୍ଯ୍ୟ ସରୁ ନଥିବାରୁ ଏଭଳି ସ୍ଥିତି ଦେଖାଯାଇଥିବା ଅଭିଯୋଗ ହୋଇଛି । ମାତୃ ଭବନ ନିକଟରେ ବକ୍ସ ଡ୍ରେନ ବନ୍ଦକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବବୋଲି କହିଛନ୍ତି ମେୟର । ଯଦି ବର୍ଷା ଦିନ ଆରମ୍ଭ ନହେଉଣୁ କଟକ ସହରରେ ଏଭଳି ଅବସ୍ଥା ତେବେ ବର୍ଷା ଦିନ ରେ କ'ଣ ହେବ ତାହା ଜଳଜଳ କରି ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack-lashed-by-torrential-rain | Argus News