Videos
|
Odisha

fire mishap / କଟକ: ହୁତୁହୁତୁ ହୋଇ ଜଳୁଛି ପଲିଥିନ କାରଖାନା

Banajyotshna Ray
Browse all articles by Banajyotshna Ray
·9 months ago·2 min read
କଟକ: ହୁତୁହୁତୁ ହୋଇ ଜଳୁଛି ପଲିଥିନ କାରଖାନା
fire mishap

Key Points

ଗୁଜରପୁରରେ ଥିବା ଏକ ପଲିଥିନ କାରଖାନାରେ ଅଗ୍ନିକାଣ୍ଡ
ଜଗା କାଳିଆ ନାମକ ଅନୁଷ୍ଠାନରେ ଲାଗିଛି ନିଆଁ
କଟକ ଜଗତପୁର ଗୁଜରପୁରରେ ଥିବା ଏକ ପଲିଥିନ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଜଗା କାଳିଆ ନାମକ ଏକ ଅନୁଷ୍ଠାନରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳିଗଲା କାରଖାନା। ସ୍ଥାନୀୟ ଲୋକେ ଭୟାବହ ନିଆଁକୁ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହାସହ ଏଥିରେ କାହାର କିଛି ହୋଇନଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଛି। ନିଆଁ କିଏ ଲଗାଇ ଦେଇଛି, ନାଁ ଅନ୍ୟ କୌଣସି କାରଣରୁ ନିଆଁ ଲାଗିଯାଇଛି ତାହା ଜଣାପଡ଼ିନଥିବାବେଳେ ନିଆଁର କୋପ ଭୟାବହ ଥିଲା। 

ଅନ୍ୟପଟେ ଆସନ୍ତାକାଲି ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ସେପଟେ ଆସନ୍ତାକାଲି ମ୍ୟାଚ୍‌ ହେବାକୁ ଥିବାବେଳେ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ରାସ୍ତା ପୁରା କ୍ଲିୟର କରାଯାଇଛି।

ଏଥିସହ ପଢ଼ନ୍ତୁ: ବାରବାଟୀରେ ଅଭ୍ୟାସ କରିବେ ଦୁଇ ଦେଶର ଖେଳାଳି, ମାଗଣାରେ ଦେଖିପାରିବେ ଦର୍ଶକ

ଭୁବନେଶ୍ବର ହୋଟେଲ ମେ'ଫେୟାରରୁ କଟକ ବାରବାଟୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ କଟକର ଜଗତପୁର ଗୁଜରପୁରରେ ନିଆଁ ଲାଗିଯାଇଥିବାରୁ ସମସ୍ତେ ଚିନ୍ତିତ। କିନ୍ତୁ କଟକ ବାରବାଟୀ ଷ୍ଟାଡିୟମ ଠାରୁ ଏହା ଅଧିକ ଦୂର ହୋଇଥିବାରୁ ସେନେଇ କୌଣସି ଭୟ କରିବା ଆବଶ୍ୟକ ନାହିଁ। ଅନ୍ୟପଟେ ମ୍ୟାଚକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କିଭଳି ଭାବରେ ସମସ୍ତ ଖେଳାଳି ସୁରକ୍ଷିତ ଭାବେ ଆସି କଟକ ବାରବାଟୀରେ ଖେଳିକି ଯିବେ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories