Bus Seized / ନିୟମ ମାନୁ ନାହାନ୍ତି ଘରୋଇ ବସ୍; ପରମିଟ୍ ଓ ଫିଟନେସ୍ ନଥାଇ ରାସ୍ତାରେ ଗଡ଼ୁଛି
·8 months ago·2 min read

Key Points
ବିନା ପରମିଟ, ଫିଟନେସ୍ ନଥାଇ ରାସ୍ତାରେ ଗଡ଼ୁଥିବା ୪ଟି ଘରୋଇ ବସ୍କୁ ୧୨ ଲକ୍ଷ ଜରିମାନା କରିଛି ପରିବହନ ବିଭାଗ । ଏସବୁ ବସ୍ ଗୁଡ଼ିକ ଜାଲ୍ ନମ୍ବର ପ୍ଲେଟ୍ ଲଗାଇ ଯାତ୍ରୀ ପରିବହନ କରୁଥିଲେ ।
କଟକ: ଘରୋଇ ବସ୍କୁ ୧୨ ଲକ୍ଷ ଜରିମାନା । ବିନା ପରମିଟ, ଫିଟନେସ୍ ନଥାଇ ରାସ୍ତାରେ ଗଡ଼ୁଥିବା ୪ଟି ଘରୋଇ ବସ୍କୁ ୧୨ ଲକ୍ଷ ଜରିମାନା କରିଛି ପରିବହନ ବିଭାଗ । ଏସବୁ ବସ୍ ଗୁଡ଼ିକ ଜାଲ୍ ନମ୍ବର ପ୍ଲେଟ୍ ଲଗାଇ ଯାତ୍ରୀ ପରିବହନ କରୁଥିଲେ ।
ନରାଜ ଓ ଗୋଡ଼ିସାହି ନିକଟରେ କଟକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ରେ ୪ଟି ଘରୋଇ ବସ୍ ଧରା ପଡ଼ିଛନ୍ତି । ଘରୋଇ ବସ୍କୁ ମୋଟ ୧୨ ଲକ୍ଷ ୩୫ ହଜାର ୧୫୭ ଟଙ୍କା ଜରିମାନା ପକାଇଛି ପରିବହନ ବିଭାଗ ।
ଏଥିସହ ପଢ଼ନ୍ତୁ: ଆହୁରି ବଢ଼ିଲା କଟକଣା; କାଲି ଖୋଲିବନି ସ୍କୁଲ୍ ଓ କଲେଜ
ଏସବୁ ଘରୋଇ ବସ୍ ମଧ୍ୟ ବିନା ପରମିଟ୍, ଫିଟନେସ୍ ଓ ଜାଲ ନମ୍ବର ପ୍ଲେଟ୍ ଲଗାଇ ରାସ୍ତାରେ ଗଡ଼ୁଥିଲା । ପରିବହନ ବିଭାଗ ୪ଟି ଯାକ ଘରୋଇ ବସ୍କୁ ମୋଟା ଅଙ୍କର ଜରିମାନା କରିବା ବସ୍ ଗୁଡ଼ିକୁ ଜବତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବସ ନମ୍ବର OR 05A C 5236 ଜାଲ ନମ୍ବର ପ୍ଲେଟରେ ରାସ୍ତାରେ ଗଡ଼ୁଥିଲା । ଉକ୍ତ ବସ୍କୁ ୫ ଲକ୍ଷ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି । ସେହିପରି OR 02 BJ 0142 ବସ୍କୁ ୨ ଲକ୍ଷ ୩୪ ହଜାର ୫୮୦ ଟଙ୍କା ଫାଇନ୍ କରିଛି ପରିବହନ ବିଭାଗ ।
OD 05G 6974 ବସ୍କୁ ୪ ଲକ୍ଷ ୮୦ ହଜାର ୭୭ ଟଙ୍କା ଓ OD 05 BC 6606 ବସ୍କୁ ୧୦ ହଜାର ୫୦୦ ଟଙ୍କା ଜରିମାନା କରାଯାଇଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ
ବୁଧବାର କେନ୍ଦ୍ରାପଡ଼ା, ଜଗତସିଂହପୁର ପରେ ମୁଖ୍ୟମନ୍ତ୍ରୀ ବସ୍ ସେବାକୁ କଟକ ଘରୋଇ ବସ ମାଲିକ ସଂଘ ବିରୋଧ କରିଥିଲା । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍ ବୁଧବାର କଟକ ନେତାଜୀ ବସ୍ ଟର୍ମିନାଲକୁ ଆସିଥିଲା । ଯାହାକୁ ବିରୋଧ କରିଥିଲା ଘରୋଇ ବସ୍ ମାଲିକ ସଂଘ ।
କଟକ ଜିଲ୍ଲା ବସ୍ ମାଲିକ ସଂଘ ସଭାପତି କହିଥିଲେ, "ଲକ୍ଷ୍ମୀ ବସ୍ ବା ମୁଖ୍ୟମନ୍ତ୍ରୀ ବସ୍ ସେବା ପଞ୍ଚାୟତରୁ ବ୍ଲକ ଯାଏ ଗଡ଼ିବା କଥା । କିନ୍ତୁ ବିନା ଅନୁମତିରେ ସେମାନେ ସିଧା ଜିଲ୍ଲା ମୁଖ୍ୟାଳୟକୁ ଆସିଛନ୍ତି । ଯଦି କର୍ତ୍ତୃପକ୍ଷ କିମ୍ବା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଜିଲ୍ଲା ମୁଖ୍ୟାଳୟ ଯାଏ ଚଳାନ୍ତି ତେବେ ନେତାଜୀ ବସ୍ ଟର୍ମିନାଲକୁ ଗୋଟିଏ ବି ଘରୋଇ ବସ ଆସିବ ନାହିଁ କି କୌଣସି ବସକୁ ଏଠାରୁ ଚାଲିବାକୁ ଦିଆଯିବ ନାହିଁ ।"

Related Topics
Explore more stories