Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack platform roof collapsed: ରେଲୱେ ଷ୍ଟେସନରେ ଅଘଟଣ; ଭୁଶୁଡ଼ିଲା ୧ ନମ୍ବର ପ୍ଲାଟଫର୍ମର ଛାତ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Cuttack platform roof collapsed: ରେଲୱେ ଷ୍ଟେସନରେ ଅଘଟଣ; ଭୁଶୁଡ଼ିଲା ୧ ନମ୍ବର ପ୍ଲାଟଫର୍ମର ଛାତ

Key Points

ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ । ବ୍ୟସ୍ତବହୁଳ କଟକ ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମର ଛାତ ଭୁଶୁଡ଼ି ପଡ଼ିଛି ।

କଟକ: କଟକ ରେଲୱେ ଷ୍ଟେସନରେ ବଡ଼ ଧରଣର ଅଘଟଣ । ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ । ବ୍ୟସ୍ତବହୁଳ କଟକ ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମର ଛାତ ଭୁଶୁଡ଼ି ପଡ଼ିଛି । ଗଣେଶ ପୂଜା ପାଇଁ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଲାଗି ରହିଥିବା ବେଳେ ଏହି ଅଘଟଣ ଘଟିଛି । ରେଲୱେ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।


ତେବେ ପ୍ଲାଟଫର୍ମ ଭୁଶୁଡ଼ିବା ଯୋଗୁଁ କେତେ ଲୋକ ମୃତାହତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ । କଟକ ରେଲୱେ ଷ୍ଟେସନରେ ନୂତନ କୋଠା ନିର୍ମାଣ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଯାହା କୁହାଯାଉଛି, ଅପରାହ୍ଣ ୩ଟା ୩୦ ସମୟରେ ୧ ନମ୍ବର ପ୍ଲାଟଫର୍ମର ଛାତ ଭୁଶୁଡ଼ି ପଡ଼ିଛି ।


ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀ କହିଛନ୍ତି, ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପୁରୁଣା କୋଠା ଭଙ୍ଗାଯିବା ବେଳେ ଛାତ ଭୁଶୁଡ଼ିଛି । ତେବେ ଭଗ୍ନାଂଶ ତଳେ କୌଣସି ବ୍ୟକ୍ତି ଫସି ରହିନଥିବା କହିଛନ୍ତି ଅଧିକାରୀ । କାମ ଚାଲୁଥିବାରୁ ସେଠାରେ ପୂର୍ବରୁ ବ୍ୟାରିକେଡିଂ କରାଯାଇଥିବା କହିଛନ୍ତି ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ଲାଟଫର୍ମ ଛାତ ଭୁଶୁଡ଼ିବା ସମୟରେ ୧ ପ୍ଲାଟଫର୍ମରେ କୌଣସି ଟ୍ରେନ୍ ନ ଥିଲା । ତେଣୁ ସେଠାରେ ଯାତ୍ରୀଙ୍କ ସଂଖ୍ୟା କମ୍ ରହିଥିଲା । ପ୍ଲାଟଫର୍ମ ଛାତ ଭୁଶୁଡ଼ିବା ପରେ ପ୍ରଶାସନ ୧ ନମ୍ବର ପ୍ଲାଟଫର୍ମରୁ ଯାତ୍ରୀଙ୍କୁ ଖାଲି କରିବା ସହ ରେଲୱେର ବିଦ୍ୟୁତ୍ ଲାଇନ୍‌କୁ କାଟି ଦିଆଯାଇଛି । ଛାତ ଭୁଶୁଡ଼ିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।


Sponsored