ଜୀବନ ହାରିଦେଲେ କଟକ ରାପର୍ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ
·1 year ago

ବେଙ୍ଗାଲୁରୁରେ ଜୀବନ ହାରିଦେଲେ ଓଡ଼ିଆ ରାପର୍ । ଜଣାଶୁଣା ଓଡ଼ିଆ ରାପ ସିଙ୍ଗର ଅଭିନବ ସିଂ କରିଛନ୍ତି ଆତ୍ମହତ୍ୟା। ସ୍ତ୍ରୀ ନିର୍ଯାତନାକୁ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା । ଏ ଅଭିଯୋଗ ଆଣିଛନ୍ତି ଅଭିନବଙ୍କ ପରିବାର ଲୋକେ । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନବ । ବିବାହର ଅଳ୍ପଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅଭିନବ ମାନସିକ ଅଶାନ୍ତିରେ ରହୁଥିବା କହିଛନ୍ତି ଘର ଲୋକ।
ଅଭିନବ ଓଡ଼ିଶାରେ ବେଶ୍ ଜଣାଶୁଣା ତାଙ୍କ ରାପ୍ ପାଇଁ । ତାଙ୍କ ବିୟୋଗରେ ଅଭିନବଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି। ଅଭିନବଙ୍କ ଘର କଟକରେ କିନ୍ତୁ ସେ ବେଙ୍ଗାଲୁରୁରେ ରହୁଥିଲେ । ଅପକମିଂ ପ୍ରୋଜେକ୍ଟ ଆସିବାର ଥିବାବେଳେ ପୂର୍ବରୁ ତାଙ୍କ ରାପ୍ ସଙ୍ଗକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
