Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vigilance Raid: ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Vigilance Raid: ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

Key Points

କଟକ CDMO ଅଫିସ୍‌ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି ।

କଟକ: ବରିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କଟକ CDMO ଅଫିସ୍‌ର ବରିଷ୍ଠ ସହାୟକ (Senior Assistant) କିଶୋର କୁମାର ସାହାଣୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । କିଶୋରଙ୍କ ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ ।


କିଶୋର ସାହାଣୀ ୧ କୋଟି ୨୪ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିହା ନେଇ ମଧ୍ୟ ଅଭିଯୋଗ ହୋଇଛି । କଟକ ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । କିଶୋରଙ୍କ ଜୋବ୍ରା ସ୍ଥିତ ଘର, ଦେଉଳ ସାହି ଶ୍ଵଶୁର ଘର, CDMO ଅଫିସ୍, ଚୌଦ୍ଵାରରେ ଥିବା ଫାର୍ମ, କିଶୋରନଗରରେ ଥିବା ଅନ୍ୟ ଏକ ଘରେ ଚାଲିଛି ରେଡ୍ । ଚଢ଼ାଉରେ ୯ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ୍ ଅଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Vigilance Raid: CDMO Office Senior Assistant Under Scanner for ₹1.24 Cr Embezzlement | Argus News | Argus News