Body In Drain / ପୋଲିସ କଲୋନୀ ଡ୍ରେନ୍ରେ ଭାସୁଛି ଶବ, ବଢ଼ିଲା ସନ୍ଦେହ

Key Points
ରାଜା ବଗିଚା ପୋଲିସ କଲୋନୀ ଡ୍ରେନ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ନାନା ହେଉଛି । କିଭଳି ଓ କେଉଁ ପରିସ୍ଥିତିରେ ଡ୍ରେନ୍ ଭିତରକୁ ଯୁବକଙ୍କ ମୃତଦେହ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
କଟକ: ଡ୍ରେନ୍ରେ ଭାସୁଛି ମୃତଦେହ । କିଏ ମାରି ଫିଙ୍ଗିଛି ନା କେଉଁ ଆଡ଼ୁ ଭାସି ଆସିଛି ? କଟକ ରାଜା ବଗିଚା ପୋଲିସ କଲୋନୀ ଡ୍ରେନ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ନାନା ହେଉଛି । କିଭଳି ଓ କେଉଁ ପରିସ୍ଥିତିରେ ଡ୍ରେନ୍ ଭିତରକୁ ଯୁବକଙ୍କ ମୃତଦେହ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
ରାଜା ବଗିଚା ପୋଲିସ କଲୋନୀର ଡ୍ରେନ୍ରେ ଅଜଣା ଯୁବକଙ୍କ ମୃତଦେହ ଦେଖିଥିଲେ ଲୋକେ । ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ସହାୟତାରେ ପୋଲିସ ଡ୍ରେନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମୃତକ ଜଣଙ୍କର ପରିଚୟ ମିଳିପାରି ନାହିଁ ।
ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇ ଦିଆଯାଇଛି । ଯୁବକଙ୍କ ହାତରେ ଇଂରାଜୀରେ ଟିଟନ୍ ଲେଖା ଯାଇଥିବାରୁ ତାଙ୍କ ନାଁ ହୋଇଥିବା ଅନୁମାନ କରୁଛି ପୋଲିସ ।
📱 Get Argus News App
✨
ତେବେ କଟକର ଡ୍ରେନ୍ରେ ମୃତଦେହ ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ମୁକୁଳା ଡ୍ରେନ୍ ଯୋଗୁଁ ଏଭଳି ଅନେକ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ୨୦୨୩ ଜୁଲାଇରେ ଝୋଲା ସାହିର ମୁକୁଳା ଡ୍ରେନ୍ରେ ପଡ଼ି ରାଜସ୍ଥାନର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ୨୦୨୪ ଏପ୍ରିଲ୍ରେ ବି ଘଟିଥିଲା ସମାନ ଘଟଣା ।
ମୁକୁଳା ଡ୍ରେନ୍ କଟକରେ ବାରମ୍ବାର ଜୀବନ ନେଉଥିବା ବେଳେ ଲୋକେ ସିଏମ୍ସିକୁ ସମାଲୋଚନା କରୁଛନ୍ତି । ଡ୍ରେନ୍କୁ କଭର୍ କରିବା ଲାଗି ବାରମ୍ବାର ଦାବି ବି ହେଉଛି । ଜୁନ୍ ୨୦୨୪ରେ ୧୯ କିଲୋମିଟର ଡ୍ରେନ୍କୁ କଭର୍ କରିବା ଲାଗି ସିଏମସି ଯୋଜନା କରିଥିଲା ।