ଅଧାରେ ଅଟକିଛି କଟକର ମୁଖ୍ୟ ବର୍ଜ୍ୟ ଜଳ ନିଷ୍କାସନ ଡ୍ରେନ

Key Points
୧୩ ବର୍ଷ ପରେ ବି ଅଧାପନ୍ତରିଆ ଡ୍ରେନ କାମ
ସରୁନି କଟକର ମୁଖ୍ୟ ବର୍ଜ୍ୟ ଜଳ ନିଷ୍କାସନ ଡ୍ରେନ
କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ସାଂସଦ
ମେ ୩୦ ସୁଦ୍ଧା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ
୧୩ଵର୍ଷ ପରେ ଵି ସରୁନି କଟକର ମୁଖ୍ୟ ବର୍ଜ୍ୟ ଜଳ ନିଷ୍କାସନ ଡ୍ରେନ କାମ। ୨୦୧୨ରେ ଆରମ୍ଭ ହୋଇଥିବା ପଟ୍ଟାପୋଲ ଠାରୁ ମାତୃ ଭଵନ ପର୍ଯ୍ୟନ୍ତ ଡ୍ରେନ୍ କାମର ବର୍ତ୍ତମାନର ସ୍ଥିତି କିଛି ଏହିପରି । ଏହାରି ଭିତରେ ପଟ୍ଟାପୋଲଠାରୁ ଛତ୍ରଵଜାର ପର୍ଯ୍ୟନ୍ତ ଥିବା ଡ୍ରେନକୁ ଵକ୍ସ ଡ୍ରେନରେ ପରିଣତ କରିଵା କାମ ଶେଷ ହୋଇଛି। ମାତ୍ର ଛତ୍ରଵଜାରରୁ ମାତୃଭଵନ ପର୍ଯ୍ୟନ୍ତ ଥିବା ୮୧୦ମିଟର ଡ୍ରେନର କଂକ୍ରିଟ ଓ ଡ୍ରେନ କଡ଼ରେ ତାର ଵାଡ ଲଗାଇଵା କାମ ଅଧାପନ୍ତରିଆ ହୋଇ ପଡିରହିଛି। ଡ୍ରେନ କାମ ପାଇଁ ନର୍ଦ୍ଦମା ଜଳ ନିଷ୍କାସନ ଵାଟ ଅବରୋଧ କରାଯାଇଥିଵାରୁ ଅନେକ ସମୟରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଆଜି ନିର୍ମାଣ କାମର ତଦାରଖ କରିଛନ୍ତି କଟକ ସାଂସଦଙ୍କ ସମେତ କଟକ ଚୌଦ୍ବାର ବିଧାୟକ, ମେୟର ସୁବାଷ ସିଂ, ଜିଲ୍ଲାପାଳ ଓ ସି ଏମ୍ ସି କମିଶନର । ଖୁବଶୀଘ୍ର ସମସ୍ୟାର ସମାଧାନ କରି ମେ ମାସ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିଵା ପାଇଁ ପ୍ରୟାସ କରାଯିଵ ଵୋଲି କହିଛନ୍ତି କଟକ ସାଂସଦ।
ସେପଟେ ମାତୃ ଭଵନ ନିକଟରେ କିଛି ରେଳବାଇ ଯାଗା ରହିଛି, ଯେଉଁଥିପାଇଁ ଡ୍ରେନ ନିର୍ମାଣ କାମ ଆଗେଇ ପାରୁନାହିଁ। ରେଳ ଵିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମେୟର। ଖରା ଦିନ ସରିଵା ପୂର୍ବରୁ ଡ୍ରେନ କାମ ସାରିଵା ପାଇଁ ପ୍ରାଥମିକତା ଦିଆଯାଉଛି। ଏହି ଡ୍ରେନ କାମ ଶେଷ ହେଲେ କଟକର ୯୦ ଭାଗ ଅଞ୍ଚଳରେ ସାଧାରଣ ଵର୍ଷା ଯୋଗୁଁ ଆଉ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ମେୟର।
ଛତ୍ରଵଜାର ରୁ ମାତୃ ଭଵନ ଡ୍ରେନ୍ କାମ ନସରିଵାରୁ ଡ୍ରେନ ଓ ତାଳଦଣ୍ଡା କେନାଲ ମଝିରେ ଥିବା ରାସ୍ତାରେ ଗମନାଗମନ ମଧ୍ୟ ବର୍ଷେରୁ ଅଧିକ ସମୟ ହେବ ଵନ୍ଦ ହୋଇ ରହିଛି। କେବେ ଡ୍ରେନ୍ କାମ ଶେଷ ହେଉଛି ତାହା ଦେଖିବାକୁ ବାକି ।