Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସରାଏ ବର୍ଷାରେ ବେହାଲ୍ କଟକର ହାଲ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଅସରାଏ ବର୍ଷାରେ ବେହାଲ୍ କଟକର ହାଲ୍

ଅସରାଏ ବର୍ଷାରେ ବେହାଲ୍ କଟକର ହାଲ୍ । ପୁଣି ଫେଲ୍ ମାରିଲା CMCର ମୌସୁମୀ ପୂର୍ବ ପ୍ରସ୍ତୁତି । କାଳବୈଶାଖୀ ବର୍ଷାରେ ଭାସିଲା କଟକ ସହର । ଗତକାଲି ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଘେରରେ ଅଧା ସହରବାସୀ।

ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର । ଗତକାଲି ର କାଳବୈଶାଖୀ ବର୍ଷାରେ ଚାରିଆଡେ ବର୍ଷା ପାଣି ଜମିଥିଲା । ଏବେ ପର୍ଯ୍ୟନ୍ତ ମଧ୍ୟ କଟକ ସହରର ବହୁତ ସ୍ଥାନ ଜଳବନ୍ଦୀ ଅବସ୍ଥିତ ରହିଛି । ପାଣି ଘେରରେ ରହିଛି କଟକ ସାମନ୍ତ ସାହି । ଗତକାଲି କିଛି ଘଣ୍ଟାର ବର୍ଷାରେ ଏଭଳି ଅବସ୍ଥା ହୋଇଛି ।

ସୂଚନା ଅନୁଯାୟୀ ପ୍ରବଳ ବର୍ଷା ପରେ ଉବୁଟୁବୁ ହୋଇଥିଲା କଟକ ସହର । ବିଜୁଳି ଘଡଘଡି ସହ ଲାଗି ରହିଥିଲା ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଥିଲା ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ ଏ ନେଇ ସୁଚନା ଦେଇଛନ୍ତି ପାଣିପାଗ ବିଭାଗ ।

ଜୁନ୍‌ ମାସରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁଲାଇ-ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କମ୍‌ ବର୍ଷା ହେବ । ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttacks-streets-are-in-a-state-of-disarray-due-to-torrential-rains | Argus News