Videos
|
Odisha

ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଭର୍ତ୍ତୃହରି : କହିଲେ, ଶଙ୍ଖ ଭାଙ୍ଗିବ ନହେଲେ ଫାଟିବ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଭର୍ତ୍ତୃହରି : କହିଲେ, ଶଙ୍ଖ ଭାଙ୍ଗିବ ନହେଲେ ଫାଟିବ...

Key Points

  • ଦୁର୍ନୀତିର ଘଣା ପୂରିଲାଣି
  • ଫାଟିଯିବ ଶଙ୍ଖ ଦଳ
  • ପୂର୍ବରୁ ଗୋଟିଏ ପ୍ରକାର ଥିଲା, ଏବେ ଗୋଟିଏ ପ୍ରକାର ଅଛି

ଅର୍ଗସ ବ୍ୟୁରୋ : ବିଜେଡି ଛାଡିବା ପରେ କଟକ ସାଂସଦଙ୍କ ବିଷୋଦଗାର । ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା କହିଲେ ବିଜେଡିରେ ଆଗ ପରି ଆଉ କିଛି ନାହିଁ । ପୂର୍ବରୁ ଗୋଟିଏ ଲୋକ ହାତରେ ଦଳ ଚାଲୁଥିଲା ହେଲେ ଏବେ ସେ ଢାଂଚା ଆଉ ନାହିଁ । ବିଜେଡିରେ ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ ବୋଲି କହିଲେ । ହେଲେ ଦଳ ଛାଡିବା ପରେ କଟକ ସାଂସଦ ଏମିତି କହିଥିବାରୁ ଏବେ ଚର୍ଚ୍ଚା ଜୋର ।


ବିଜେଡିରେ ଏବେ ନେତୃତ୍ଵର ଘୋର ଅଭାବ ରହିଛି । ପୂର୍ବରୁ ଦଳ କେବଳ ଜଣଙ୍କ ନିଷ୍ପତ୍ତିରେ ଚାଲୁଥିଲା ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଏବେ କ୍ଷମତା ବିକ୍ରେନ୍ଦୀକରଣ ହେଉଛି । ଦଳରେ ନୀତିଗତି ଆଉ ଠିକ୍‌ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ଖାଲି ଏତିକି ନୁହେଁ ବରଂ ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ପୂର୍ବରୁ ସବୁକିଛି ନିର୍ଣ୍ଣୟ ନିଆଯାଉଥିଲା । ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପତ୍ତି ନିଆଗଲା । ହେଲେ ୨୦୦୪ ପରଠୁ ମୋ' ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ । ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା ବୋଲି ଲେଖିଛନ୍ତି ଭର୍ତ୍ତୃହରି।


ଦୁର୍ନୀତିର ଛାଇ ପଡିଲେ ଦିନେ ଯେଉଁଠି ମନ୍ତ୍ରୀପଦ ଯାଉଥିଲା ସେଇଠି ଆଜି ଦୁର୍ନୀତିକୁ ପ୍ରସୟ ଦିଆଯାଉଛି । ଖାଲି ପ୍ରସୟ ଦିଆଯାଉଛି ତାହା ନୁହେଁ ବରଂ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ସବୁ ପ୍ରକାର ସହଯୋଗ ବି ଦିଆଯାଉଛି । ଏ ପ୍ରକାର ପରିବର୍ତ୍ତନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି ? ଖାଲି ଏତିକି ନୁହେଁ ବରଂ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ । ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପସ୍ଥିତ ହେଲାଣି ବୋଲି ଉଲ୍ଲେଖ କରିବା ସହ ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ ବୋଲି ଲେଖିଛନ୍ତି ଭର୍ତ୍ତୃହରି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖାଲି ଏତିକି ନୁହେଁ ବରଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆହ୍ଵାନ ଦେଇ କହିଛନ୍ତି ,  ଯଦି ସେ ଏତେ ଲୋକପ୍ରିୟ ତାହାଲେ ସେ ଲୋକସଭା ନିର୍ବାଚନ ଲଢନ୍ତୁ । ତେବେ ବିଜେଡି ଛାଡିବା ପରେ ଭର୍ତ୍ତୃହରି ଯେମିତି ଦଳର ଗୁମର ଖୋଲି ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ।