ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ, ସାଧାରଣ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲୁଥିଲେ

Key Points
ବଡ଼ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ
ସାଧାରଣ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲୁଥିଲେ
ବାହାର ରାଜ୍ୟକୁ ପଠାଉଥିଲେ ବ୍ୟାଙ୍କ ଡିଟେଲ୍ସ
ଏହି ଆକାଉଣ୍ଟରେ ଚାଲୁଥିଲା ସାଇବର ଠକେଇ ଟଙ୍କାର କାରବାର
ଚେର ଲମ୍ବିଛି ଦୁବାଇ ଯାଏଁ
ରାଉରକେଲା ପୋଲିସ ଜବତ କରିଥିବା ଏହି ସବୁ ବ୍ୟାଙ୍କ ପାସବୁକକୁ । 10 ପାନ କାର୍ଡ ।15 ମୋବାଇଲ । 4 ଚେକବୁକ...ଗୋଟିଏ ଲ୍ୟାପଟପ...ଗୋଟିଏ କାର , ଗୋଟିଏ ବୁଲେଟ । ସେହି 14ଜଣ ସାଇବର ଠକ ଯେଉଁମାନେ ଚଳାଇଥିଲେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଏବେ ରାଉରକେଲା ପୋଲିସ କବଜାରେ...ବଡ଼ କଥା ହେଲା ଏହି 14 ଜଣଙ୍କ ଭିତରେ ଅଛନ୍ତି 2 ଘରୋଇ ବ୍ୟାଙ୍କର କର୍ମଚାରୀ । କେମିତି ହେଉଥିଲା ସାଇବର ଠକେଇ, କେମିତି ଚାଲିଥିଲା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ସାମିଲ ଥିବା ବ୍ୟାଙ୍କ କର୍ମଚାରୀମାନେ ଗାଁରୁ ଗାଁ ବୁଲି ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିଲେ । ପ୍ରଥମେ ସେମାନଙ୍କ ଆଧାର କାର୍ଡ ନେଉଥିଲେ...ସିମକାର୍ଡ ତିଆରି କରୁଥିଲେ...ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ...ଆଉ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ପଠାଉଥିଲେ ବାହାର ରାଜ୍ୟକୁ ... ଛତିଶଗଡ଼,ଝାଡ଼ଖଣ୍ଡ,ମଧ୍ୟପ୍ରଦେଶ, ବିହାର ଏବଂ ଦିଲ୍ଲୀ କୁ ଆକାଉଣ୍ଟ ଖାତା ଏବଂ ଅନ୍ୟାନ୍ୟ ଡିଟେଲସ ପଠାଉଥିଲେ ଦୃର୍ବୁତ୍ତ...ଆଉ ଏସବୁ ଆକାଉଣ୍ଟରେ ଡିପୋଜିଟ ହେଉଥିଲା ସାଇବର ଠକେଇ ଟଙ୍କା...ଯାହାକୁ ସାଇବର ଠକମାନେ ସହଜରେ ଉଠାଇପାରୁଥିଲେ..ଏହିପରି 800ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ତିଆରି କରି ଚଲାଇଥିଲେ ସାଇବର କ୍ରାଇମ...ଆଉ ଚେର ଲମ୍ବିଛି ଦୁବାଇ ଯାଏଁ... 2ଦିନ ତଳେ 5ଜଣ ଆଜି 9ଜଣ ଏହିପରି 14ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ...ଗିରଫ ଠକ୍ ରାଉରକେଲା ସହ ପଡୋଶୀ ଛତିଶଗଡ଼, ଝାଡଖଣ୍ଡ, ବିହାର ସହ ପଶ୍ଚିମବଙ୍ଗ ରେ ମଧ୍ୟ ସକ୍ରିୟ ।
ଗତ ୪୯ ମାସରେ ୫୫୮ କୋଟି ନେଇଗଲେଣି ସାଇବର ଠକ । ୫୬ କୋଟି ବ୍ଲକ କରିଥିବା ବେଳେ ସାଢ଼େ ୭ କୋଟି ଲୋକଙ୍କୁ ଫେରସ୍ତ କରିଛି ଓଡିଶା ପୋଲିସ । ୨୦୨୧ରୁ ୨୦୨୫ ଜାନୁଆରୀ ଅର୍ଥାତ୍ ୪୯ ମାସରେ ରାଜ୍ୟରୁ ୫୫୮ କୋଟି ଟଙ୍କାର ସାଇବର ଠକମାନେ ନେଇଯାଇଛନ୍ତି। ସେଥିରୁ ୫୬ କୋଟି ୩୭ ଲକ୍ଷ ୧୧ହଜାର ୬୨୦ ଟଙ୍କା ବ୍ଲକ ହୋଇପାରିଥିବା ବେଳେ ୭ କୋଟି ୭୬ ଲକ୍ଷ ୫ ଲକ୍ଷ ୬୬୧ ଟଙ୍କା ଫେରସ୍ତ ହୋଇଛି ।
ଜାତୀୟ ସାଇବର ଅପରାଧ ରେକର୍ଡ ପୋର୍ଟାଲ୍ ତଥ୍ୟ ଅନୁଯାୟୀ, ଜାନୁଆରୀରୁ ସାଇବର ଠକଙ୍କ ଉତ୍ପାତରେ ରାଜ୍ୟବାସୀ ଅଣନିଶ୍ବାସୀ ହୋଇଯାଇଛନ୍ତି। ୪ ହଜାର ୩୧୪ଜଣ ଅଭିଯୋଗକାରୀଙ୍କ ଠାରୁ ୪୧ କୋଟି ୫୬ ଲକ୍ଷ ଟଙ୍କା ନେଇଯାଇଥିଲେ। ସେଥିରୁ ମାତ୍ର ୩୯ ଲକ୍ଷ ୪୨ ହଜାର ୫୧୧ ଟଙ୍କା ଫେରସ୍ତ ହୋଇଛି । ସେହିପରି ୨୦୨୪ରେ ୪୩ ହଜାର ୭୪୦, ୨୦୨୩ରେ ୧୮ ହଜାକ ୦୮୧ ଅଭିଯୋଗକାରୀଙ୍କୁ ଚୂନ ଲଗାଇଥିଲେ ସାଇବର ଠକ । ସେହିପରୀ ୨୦୨୨ରେ ୮ ହାଜାର ୦୭୧, ୨୦୨୧ରେ ୪ ହଜାର ୬୯୧ ଅଭିଯୋଗକାରୀ ଠକେଇର ଶିକାର ହୋଇଥିଲେ ।