Videos
|
Odisha

Cyber fraud / ଅନଲାଇନରେ ନେଣଦେଣ କରୁଥିଲେ ସାବଧାନ,ଲୁଟ ହେଲାଣି ୭୧୧ କୋଟିରୁ ଅଧିକ ଟଙ୍କା

Bikash Mohanty
Browse all articles by Bikash Mohanty
·6 months ago·2 min read
ଅନଲାଇନରେ ନେଣଦେଣ କରୁଥିଲେ ସାବଧାନ,ଲୁଟ ହେଲାଣି ୭୧୧ କୋଟିରୁ ଅଧିକ ଟଙ୍କା
Cyber Fraud

Key Points

ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଲୁଟ୍
ଲୁଟି ନେଲେଣି ସାଇବର ଠକ
କିନ୍ତୁ ଫେରିଛି ମାତ୍ର ୭ କୋଟି ଟଙ୍କା
ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଲେଣି ସାଇବର ଠକ । ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ଫେରିଛି।
ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି ସାଇବର ଠକ । ଯାହା ଭିତରୁ ଫେରି ପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ।

ସେପଟେ ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ 'ଅପରେସନ ସାଇବର କବଚ' ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା 'ବେନାମୀ ବ୍ୟାଙ୍କ ଆକାଉଣ୍ଟ' (Mule Accounts) ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସମଗ୍ର ରାଜ୍ୟରେ ମୋଟ ୩୦୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି। ପୋଲିସ ୧୭ଟି ନୂତନ ସାଇବର ମାମଲା ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସାଇବର ଅପରାଧରେ ସହାୟତା କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲା ପୋଲିସ ସର୍ବାଧିକ ୨୦୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୬୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୮ଟି ମାମଲା ରୁଜୁ ସହ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲା ପୋଲିସ ୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରାଯାଇ ୨ଟି ନୂତନ ମାମଲା ରୁଜୁ ହେବା ସହ ୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ସେହିପରି ପୁରୀ ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସେହିପରି ନବରଙ୍ଗପୁର ଜିଲ୍ଲା ପୋଲିସ ବେନାମୀ ଆକାଉଣ୍ଟ ଯାଞ୍ଚ ପରେ ୧ଟି ନୂତନ ସାଇବର ମାମଲା ରୁଜୁ କରିଛି। ଏହି ଅଭିଯାନରେ ଜିଲ୍ଲା ଏସ.ପି. ଏବଂ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଟିମ୍ ସାମିଲ ହୋଇଥିଲେ।

ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି 'ସାଇବର କବଚ' ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ସଂକଳ୍ପ ବଦ୍ଧ ବୋଲି ପୋଲିସ କହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: