Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘିବିଲି ଆପକୁ ନେଇ ସତର୍କ କଲା ସାଇବର ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଘିବିଲି ଆପକୁ ନେଇ ସତର୍କ କଲା ସାଇବର ପୋଲିସ

ଭୁବନେଶ୍ଵର: ଘାଇଲା କରିପାରେ ଘିବିଲି ! ଲିକ ହୋଇପାରେ ବ୍ୟକ୍ତିଗତ ତଥ୍ୟ । ଘିବିଲି ଆପ୍ ଜରିଆରେ ସାଇବର ଠକେଇ ଆଶଙ୍କା ରହୁଛି । ଆପ୍ ଜରିଆରେ ମୋବାଇଲରୁ ସବୁ ତଥ୍ୟ ନେଇଯାଇ ପାରନ୍ତି ସାଇବର ଠକ । ଗତ ତିନି ମାସରେ ଭୁବନେଶ୍ୱରରେ ୧୨ କୋଟିରୁ ଅଧିକ ଟଙ୍କାର ସାଇବର ଠକେଇ ହୋଇଛି । ସୋସିଆଲ ମିଡିଆ ଠକେଇ ପାଲଟିଛି ମୁଣ୍ଡ ବ୍ୟଥାର କାରଣ ।


ଘିବିଲି ଆପକୁ ନେଇ ସତର୍କ କଲା ସାଇବର ପୋଲିସ। ଘିବିଲି ଆପ ଜରିଆରେ ସାଇବର ଠକେଇ ହେବାର ଆଶଙ୍କା ରହୁଛି । ଆପ ଜରିଆରେ ମୋବାଇଲରୁ ସବୁ ତଥ୍ୟ ନେଇ ଯାଇ ପାରନ୍ତି ସାଇବର ଠକ । ତଥ୍ୟକୁ ନେଇ ଯେକୌଣସି ମୁହୁର୍ତରେ କରିପାରନ୍ତି ବ୍ଲାକମେଲିଂ । କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ କ୍ରମେ ଘିବିଲି ଆପକୁ ନେଇ ସତର୍କ କରିଛି ସାଇବର ପୋଲିସ ।


ଗତ ତିନି ମାସରେ ଭୁବନେଶ୍ୱରରେ ୧୨ କୋଟିରୁ ଅଧିକ ଟଙ୍କା ଠକେଇ କଲେଣି ସାଇବର ଠକ । ବିଶେଷ କରି ଇନଭେଷ୍ଟମେଣ୍ଟ ଠକେଇ ହାର ବଢ଼ିଛି । ସେପଟେ ସୋସିଆଲ ମିଡିଆ ଠକେଇ ସାଇବର ଥାନା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାନୁଆରି ମାସରେ ୪୨୪ଟି ଠକେଇ କଲ ଆସିଥିଲା । ସେଥିରୁ ୨୭ଟି ମାମଲା ରୁଜୁ କରି ତଦନ୍ତ କରିଥିଲା ସାଇବର ଥାନା ପୋଲିସ । ୬ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ୧.୫ କୋଟି ଟଙ୍କା ସାଇବର ଠକଙ୍କ ଠାରୁ ଫେରାଇ ଆଣିବାରେ ସଫଳ ହୋଇଛି ପୋଲିସ । ସେହିଭଳି ଫେବ୍ରୁଆରୀ ମାସରେ ୩୧୧ଟି କଲ ସାଇବର ଥାନା ପୋଲିସ ରିସିଭ କରିଥିଲା । ୧୫ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ୩ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ୬୦ ଲକ୍ଷ ଟଙ୍କା ଠକଙ୍କ ଠାରୁ ଫେରାଇ ଆଣିବାରେ ସଫଳ ହୋଇଛି ସାଇବର ଥାନା ପୋଲିସ ।


ଗତ ମାର୍ଚ୍ଚ ମାସରେ ୩୫୦ ଫ୍ରଡ୍ କଲ୍ ରିସିଭ୍ କରିଥିଲା ସାଇବର ଥାନା । ସେଥିରୁ ୧୯୩ଟି UPI ଠକେଇ, ୩୫ଟି ଡେବିଟ ଏବଂ କ୍ରେଡିଟ କାର୍ଡ ଠକେଇ ଓ ୬୮ଟି ଠକେଇ ସୋସିଆଲ ମିଡିଆ ଜରିଆରେ ହୋଇଛି । ୩ କୋଟିରୁ ଅଧିକ ଟଙ୍କା ଲୋକେ ଠକେଇ ହୋଇଥିବା ବେଳେ ପୋଲିସ ଫେରାଇ ଆଣିଛି ମାତ୍ର ୪୬ ଲକ୍ଷ ୭୫ ହଜାର ଟଙ୍କା ।


କ୍ରାଇମବ୍ରାଞ୍ଚ ଏବଂ ପୋଲିସ ର ସଚେତନତା ସତ୍ତ୍ଵେ ଜାଗ୍ରତ ହେଉନାହାନ୍ତି ଲୋକେ । ପର୍ବପର୍ବାଣୀ, ମଲ, ସ୍କୁଲ, କଲେଜ ମାନଙ୍କରେ ଲିଫଲେଟ ଦେଇ ସଚେତନ କରୁଛି ପୋଲିସ । ଲୋକେ ସଚେତନ ହେଲେ ହିଁ ସାଇବର ଠକେଇରୁ ବର୍ତ୍ତି ପାରିବେ ବୋଲି କହିଛି ପୋଲିସ ।

Sponsored
Cyber Police Alert On Ghibli Use, May Be Cyber Fraud | Argus News