Videos
|
Odisha

Cyclone Akvan / ମାଡ଼ିଆସୁଛି ବାତ୍ୟା “ଅକଭାନ”…! ୧୪୫ କିମି ବେଗରେ ବହିବ ପବନ…୩ ଜିଲ୍ଲାକୁ ରେଡ୍ ଆଲର୍ଟ

Ritu Das
Browse all articles by Ritu Das
·20 mins ago·2 min read
ମାଡ଼ିଆସୁଛି ବାତ୍ୟା “ଅକଭାନ”…! ୧୪୫ କିମି ବେଗରେ ବହିବ ପବନ…୩ ଜିଲ୍ଲାକୁ ରେଡ୍ ଆଲର୍ଟ
India

Key Points

ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଅକଭାନ୍’
ବାତ୍ୟା ‘ଅକଭାନ୍’ ଗତ ୬ ଘଣ୍ଟା ଧରି ପ୍ରାୟ ସ୍ଥିର ରହିଛି
ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଅକଭାନ୍’। ବାତ୍ୟା ‘ଅକଭାନ୍’ ଗତ ୬ ଘଣ୍ଟା ଧରି ପ୍ରାୟ ସ୍ଥିର ରହିଛି। ବର୍ତ୍ତମାନ ଚେନ୍ନାଇଠାରୁ ପ୍ରାୟ ୬୧୦ କିମି ପୂର୍ବରେ, ତ୍ରିଙ୍କୋମାଲିଠାରୁ ୬୩୦ କିମି ଉତ୍ତର-ପୂର୍ବରେ, ମଛଲିପଟନମ୍‌ଠାରୁ ୬୬୦ କିମି ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁରଠାରୁ ୭୯୦ କିମି ଦକ୍ଷିଣରେ ରହିଛି ବାତ୍ୟା।

ଆଜି ମଧ୍ୟାହ୍ନରେ ହେବ ଭୀଷଣ ବାତ୍ୟାରେ ପରିଣତ। ୨୦ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ। ୨୦ ତାରିଖ ମଧ୍ୟାହ୍ନରେ ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ବାତ୍ୟାର ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ଝଟକା ୧୪୫ କିମି ଛୁଇଁପାରେ। ବାତ୍ୟା ପ୍ରଭାବରେ ୧୮ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି। ବାତ୍ୟାର ବାହ୍ୟବଳୟରେ ଆସୁଥିବା ଅଞ୍ଚଳରେ ବର୍ଷା ହେବ ବୋଲି ସେ କହିଛନ୍ତି।
ଆଇଏମଡି କହିଛି, ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ। ୧୯ରୁ ଏହି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ପୁଣି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୧୯ ଓ ୨୦ ତାରିଖରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ୨୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ପାଇଁ ସରକାର ଯୁଦ୍ଧକାଳୀନ ଭିଭିରେ ଆଗୁଆ ପ୍ରସ୍ତୁତି କରିଛନ୍ତି। ସବୁ ଜିଲ୍ଲା ସତର୍କ ରହି ବାକୁ କୁହାଯାଇଛି। ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତାଲିକା କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁ ହାଯାଇଛି ।

ସେହି ଅଞ୍ଚଳର ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ସ୍ବତନ୍ତ୍ର ଯତ୍ନ ନିଆଯିବ। ଆଶ୍ରୟସ୍ଥଳୀରେ ପିଇବା ପାଣି, ପରିମଳ, ବିଦ୍ୟୁତ୍ ଓ ଜେନେରେଟର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୂସ୍ଖଳନ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରାଯିବ। ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି ଏନଡିଆରଏଫ ଟିମ୍ ପଠାଯିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକରେ ନିଷ୍ପତ୍ତି ହୋଇଛି।