Odisha Cyclone Alert / ବଦଳୁଛି ବାତ୍ୟା `ଅକଭାନ’ର ଗତିପଥ… ପୁରୀ ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା… ପ୍ରଶାସନ ସଜାଗ!
·48 mins ago·2 min read

Key Points
ଓଡ଼ିଶା ଆଡକୁ ମୁହାଁଇଛି ବାତ୍ୟା ଅକଭାନ
ଏବେ ଘଣ୍ଟାପ୍ରତି ୫ କିମି ବେଗରେ ଆଗଉଛି ଭୀଷଣ ବାତ୍ୟା `ଅକଭାନ୍'

ଓଡ଼ିଶା ଆଡକୁ ମୁହାଁଇଛି ବାତ୍ୟା ଅକଭାନ। ବର୍ତ୍ତମାନ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆକାରରେ ରହିଛି । ଏବେ ଘଣ୍ଟାପ୍ରତି ୫ କିମି ବେଗରେ ଆଗଉଛି ଭୀଷଣ ବାତ୍ୟା `ଅକଭାନ୍' । କଳିଙ୍ଗପଟନମ ଠାରୁ ୫୧୦ କିମି ଦୂରରେ, ଗୋପାଳପୁର ଠାରୁ ୬୦୦ କିମି ଓ ପୁରୀ ଠାରୁ ୬୬୦ କିମି ଦୂରରେ ରହିଛି । ଧୀରେ ଧୀରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଭୀଷଣ ବାତ୍ୟା ଆକାରରେ ୨୦ ତାରିଖ ମଧ୍ୟାହ୍ନ ବେଳକୁ ଆନ୍ଧ୍ରପ୍ରଦେଶର ନର୍ସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ।
ବଡ଼କଥା ହେଉଛି ଏଥିପାଇଁ ଗଞ୍ଜାମ ଜିଲ୍ଲାର ଚିକିଟିରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି । ଗତ ତିନିଦିନ ମଧ୍ୟରେ ତିନିଥର ଗତିପଥ ପରିବର୍ତ୍ତନ କଲାଣି `ଅକଭାନ’ । ପ୍ରଥମେ ଏହା ଆନ୍ଧ୍ରପ୍ରଦେଶର ନେଲ୍ଲୋରରୁ ଟୁନି ମଧ୍ୟରେ ଅତିକ୍ରମ କରିବା ନେଇ ବାତ୍ୟାର ଗତିପଥରେ ଦର୍ଶାଯାଇଥିଲା । ପରେ ଏହା ଗତିପଥ ପରିବର୍ତ୍ତନ କରିବାକୁ ତାଜା ସୂଚନା ଦିଆଗଲା ଯେ ଅକଭାନ୍ କଳିଙ୍ଗପଟ୍ଟନମରୁ ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିପାରେ। ହେଲେ ଗତକାଲି ସକାଳୁ ତାଜା ସୂଚନା ଜାରି କରଯାଇଥିଲା ଯେ, ଅକଭାନ ଏହାର ଗତପଥ ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି।
ସମ୍ଭାବ୍ୟ ବାତ୍ୟା ଅକଭାନ ପୁରୀରେ ଲ୍ୟାଣ୍ଡଫଲ୍ କରିବା ନେଇ ସମ୍ଭାବନା। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀକୁ ହାଇଆଲର୍ଟରେ ରଖାଯାଇଛି। ଆଜି ଠାରୁ ପୁରୀ ସମୁଦ୍ର କୂଳ ସମେତ ଅସ୍ତରଙ୍ଗ, ଚନ୍ଦ୍ରଭାଗା, ବାଲିହରଚଣ୍ଡୀ ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କ ଚଳ ପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ସେହିପରି ଗୁରୁବାର ଠାରୁ ତିନି ଦିନ ଧରି ହବିଷ୍ୟାଳୀଙ୍କ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଏଥିସହ ସାତପଡ଼ା ଓ ଚିଲିକାରେ ବୋଟ୍ ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେହି ଏହାର ଉଲ୍ଲଘଂନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆସନ୍ତା ୧୯ ରୁ ୨୧ ଯାଏଁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶରଧାବାଲିରେ ମଧ୍ୟ ପ୍ରବେଶ ବନ୍ଦ ରଖାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ଓଡ୍ରାଫ୍ର ୩ଟି ଟିମ୍ ସହ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ବିଶେଷ କରି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ନ ଯିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ଖାଲି କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିଲ୍ଲାର ଉପକୂଳବର୍ତ୍ତୀ ସମସ୍ତ ବ୍ଲକ୍ରେ ଥିବା ବିଡିଓ ଏବଂ ତହସିଲଦାର ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଇଏମଡିର ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆଜି ଓସୱାନ୍ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ ଭିସି ହୋଇଥିଲା। ଏହି ଭିସିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ଉନ୍ନୟନ ଅଧିକାରୀ, ପୁରୀ ମହାନଗର ନିଗମ କମିସନର, ଯୁଗ୍ମ କମିଶନର, ଜିଲ୍ଲା ଆପଦକାଳୀନ ଅଧିକାରୀ ଉପସ୍ଥିତ ଥିଲେ। ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସହ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ସୁରକ୍ଷା, କୌଣସି ଲୋକ ଭୟଭୀତ ନ ହୋଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅପିଲ୍ କରୁଛନ୍ତି।
Related Topics
Explore more stories