Train Timing Change / ବାତ୍ୟା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ… ୨୦ ତାରିଖରେ ୭ଟି ଟ୍ରେନ୍ର ସମୟ ପରିବର୍ତ୍ତନ
·20 mins ago·2 min read

Key Points
ସମ୍ଭାବ୍ୟ ବାତ୍ୟା `ଅକଭାନ’କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି
ସମ୍ଭାବ୍ୟ ବାତ୍ୟା `ଅକଭାନ’କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସନ୍ତା ୨୦ ତାରିଖରେ ଏକାଧିକ ଟ୍ରେନ୍ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ବିଳମ୍ବରେ ଚଳାଚଳ କରିବାକୁ ଥିବା
- ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍: ସାଢ଼େ ୫ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।
ପଲାସା-କଟକ ମେମୁ ଟ୍ରେନ୍: ୫ ଘଣ୍ଟା ବିଳମ୍ବରେ ଚାଲିବ।
ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍: ସାଢ଼େ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।
ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍: ସାଢ଼େ ୩ ଘଣ୍ଟା ବିଳମ୍ବରେ ଚାଲିବ।
ଗୁଣୁପୁର-କଟକ ମେମୁ ଟ୍ରେନ୍: ସାଢ଼େ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।
ନ୍ୟୁ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍: ୨ ଘଣ୍ଟା ବିଳମ୍ବରେ ଚାଲିବ।
ଶାଲିମାର-ଚର୍ଲାପଲ୍ଲୀ ଏକ୍ସପ୍ରେସ୍: ୧ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।
ଦିଗ ବଦଳାଇଲା ବାତ୍ୟା ଅକଭାନ। ଗୋପାଳପୁରରେ କରିପାରେ ଲ୍ୟାଣ୍ଡଫଲ୍। IMD ଜାରି କରିଥିବା ବାତ୍ୟାର ନୂଆ ଗତିପଥ ଅନୁସାରେ ବାତ୍ୟା ଅକ୍ବାନ ଗଲା ଘଣ୍ଟା ପ୍ରତି ୧୨ କିମି ବେଗରେ ଉପକୂଳ ମୁହାଁ ହେଉଛି। ବର୍ତ୍ତମାନ ଏହା ଓଡ଼ିଶା ମୁହାଁ ହୋଇଥିବା ବେଳେ ସଦ୍ୟତମ ପର୍ଯ୍ୟବେକ୍ଷଣ ଅନୁଯାୟୀ ଏହା କଳିଙ୍ଗପାଟନମ ଠାରୁ ୪୪୦କିମି, ଗୋପାଳପୁର ଠାରୁ ୫୩୦ କିମି ଏବଂ ପୁରୀ ଠାରୁ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ସ୍ଥଳ ଭାଗ ଛୁଇଁବ ବାତ୍ୟା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।
ବଦଳୁଛି ବାତ୍ୟାର ଦିଗ, imd ର ସୂଚନା ଅନୁଯାୟୀ ଗଞ୍ଜାମ୍ ଗୋପଳପୁର୍ ଦେଇ ସ୍ଥଳ ଭାଗ ଛୁଇଁବ ବାତ୍ୟା ଅକଭାନ, ୨୦ ତାରିଖ ସକାଳ ୬ଟାରେ ଛୁଇଁବ ସ୍ଥଳ ଭାଗ, ସେଇ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫କିମି ରହିବ। ଏହାର ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତ୍ସିଂହପୁର, ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ, କଟକ, ନୟାଗଡ଼, ଗଞ୍ଜାମ୍, ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
- ଟ୍ରେନ୍ଗୁଡ଼ିକର ତାଲିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories