Videos
|
Odisha

Weather Update / ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

Rashmita Mishra
Browse all articles by Rashmita Mishra
·1 hour ago·2 min read
ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ
Weather Update

Key Points

୫ ଜିଲ୍ଲାକୁ ଛୁଇଁବ ବାତ୍ୟା
ଓଡ଼ିଶାରେ ପଡ଼ିବ ବାତ୍ୟା ଅକ୍ବାନର ପ୍ରଭାବ
ବାତ୍ୟା ଗତିପଥରେ ଓଡ଼ିଶାର ପାଞ୍ଚ ଜିଲ୍ଲା
ମାଲକାନଗିରିରେ ପଡ଼ିବ ସବୁଠୁ ଅଧିକ ପ୍ରଭାବ

ଦୁର୍ବଳ ହେଉଛି ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ଶହେରୁ ୧୧୦ କିମି ରହିବା ନେଇ ଆକଳନ । ଝଟକା ପବନର ବେଗ ୧୨୦ କିମି ରହିପାରେ । ଅତି ଭୀଷଣ ବାତ୍ୟା ନୁହେଁ ବରଂ ଭୀଷଣ ବାତ୍ୟା ଭାବେ ଅକ୍ଵାନ ଲ୍ୟାଣ୍ଡଫଲ୍ କରିବ ।

ଲ୍ୟାଣ୍ଡଫଲ୍ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅକ୍ଵାନ । ୨୦ ତାରିଖରେ ଆନ୍ଧ୍ରର ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ବାତ୍ୟା ଅକ୍ଵାନ ସ୍ଥଳଭାଗ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଓଡ଼ିଶାରେ ମଧ୍ୟ ପଡ଼ିବ ବାତ୍ୟାର ପ୍ରଭାବ ।

ବାତ୍ୟାର ଗତିପଥରୁ ସ୍ପଷ୍ଟ ହେଉଛି ଚିତ୍ର । ଅକ୍ଵାନ କବଳରେ ଆସିପାରେ ଓଡ଼ିଶାର ପାଞ୍ଚ ଜିଲ୍ଲା । ମାଲକାନଗିରିରେ ପଡ଼ିବ ସବୁଠୁ ଅଧିକ ପ୍ରଭାବ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ମଧ୍ୟ ବାତ୍ୟା ଅକ୍ଵାନରେ ଗତିପଥ ଭିତରେ ରହିଛି । ତେଣୁ ଏହି ସବୁ ଜିଲ୍ଲାରେ ପ୍ରବଳ ଝଡ଼ ପବନ ସାଙ୍ଗକୁ ବର୍ଷା ଦେଖିବାକୁ ମିଳିପାରେ । ଏନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଗକୁ ବାତ୍ୟାର ରୂପ ନେବା ନେଇ ଆଶଙ୍କା । ସମ୍ଭାବ୍ୟ ବାତ୍ୟା ଅକ୍ଵାନକୁ ନେଇ ଏବେଠୁ ସଜାଗ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ସହ ମଦ ଦୋକାନ ଉପରେ ମଧ୍ୟ ଲାଗିଛି କଟକଣା ।

ମୁକାବିଲା ପାଇଁ ୪ ବରିଷ୍ଠ ଅଧିକାରୀଙ୍କୁ ୪ଟି ବ୍ଲକ୍‌ର ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରି ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ । ସମସ୍ତ ଅଧିକାରୀ ନିଜ ନିଜ ବ୍ଲକ୍‌ରେ ରହି ବର୍ଷା ଓ ଅନ୍ୟାନ୍ୟ ପରିସ୍ଥିତି ଉପରେ ନଜର ରଖିବା ସହ ବିଡିଓ, ତହସିଲଦାର ଏବଂ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ।

ଖାଲିସେତିକି ନୁହେଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ତେବେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ନିଜ କାର୍ଯ୍ୟରେ ଯୋଗଦେବେ ।

ବର୍ଷା ଓ ବନ୍ୟା ଆଶଙ୍କାକୁ ଦେଖି ଜଳକ୍ରୀଡ଼ା ଉପରେ ମଧ୍ୟ ଲାଗିଛି କଟକଣା । ସାତିଗୁଡ଼ା, ଚିତ୍ରକୋଣ୍ଡା ଓ ଧନୁର୍ଜୟଗୁଡ଼ାରେ ସମସ୍ତ ୱାଟର ସ୍ପୋର୍ଟ୍ସ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ ରଖିବାକୁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ମୁଖ୍ୟାଳୟ ଛାଡ଼ିବା ଅନୁମତିକୁ ତୁରନ୍ତ ବାତିଲ କରିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: