Videos
|
Odisha

Cyclone Arnab Odisha / ଦକ୍ଷିଣ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ…ପ୍ରବଳ ବର୍ଷା, ଭାଙ୍ଗୁଛି ଗଛ, ବଢ଼ୁଛି ନଦୀର ଜଳସ୍ତର, ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Ritu Das
Browse all articles by Ritu Das
·2 hours ago·3 min read
ଦକ୍ଷିଣ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ…ପ୍ରବଳ ବର୍ଷା, ଭାଙ୍ଗୁଛି ଗଛ, ବଢ଼ୁଛି ନଦୀର ଜଳସ୍ତର, ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ
India

Key Points

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସାଂଘାତିକ
ଗଞ୍ଜାମରୁ ଗଜପତି, ସବୁଠି ଲଗାଣ ବର୍ଷା ଓ ପବନର ପ୍ରକୋପ
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସାଂଘାତିକ। ଗଞ୍ଜାମରୁ ଗଜପତି, ସବୁଠି ଲଗାଣ ବର୍ଷା ଓ ପବନର ପ୍ରକୋପ। କେଉଁଠି ରାସ୍ତା ଉପରେ ବିରାଟ ଗଛ ଉପୁଡ଼ି ପଡ଼ିଛି, ତ ଆଉ କେଉଁଠି ଘର ଓ ସ୍କୁଲ କ୍ଷତିଗ୍ରସ୍ତ। ବଢ଼ୁଛି ଡ୍ୟାମ୍ ଓ ନଦୀନାଳର ଜଳସ୍ତର, ବିଚ୍ଛିନ୍ନ ହେଉଛି ଯୋଗାଯୋଗ। ଅନ୍ୟପଟେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ପ୍ରଶାସନ ଓ ପୋଲିସ। ଆସନ୍ତୁ ଜାଣିବା, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କେମିତି ରହିଛି ସ୍ଥିତି ଏବଂ କେଉଁଠି କେଉଁଠି ହୋଇଛି କ୍ଷୟକ୍ଷତି।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବ୍ରହ୍ମପୁରରୁ ଗୋପାଳପୁର ଯୋଗାଯୋଗ ବିଛିନ୍ନ ହୋଇଛି। କରାପଲ୍ଲୀ ଛକରେ ଗଛ ଉପୁଡି ରାସ୍ତାରେ ପଡି ରହିଛି। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଛି। ସେପଟେ ସମାସିଙ୍ଗି, ଭ୍ରମରପୁର ରାସ୍ତାରେ ଗୋଟେ ବିଶାଳ ଗଛ ଜଣଙ୍କ ଘର ଉପରେ ପଡ଼ି ଯାଇଛି। ପାତ୍ରପୁର ସାମନ୍ତରାପୁରରେ ବିରାଟ ଗଛ ଉପୁଡ଼ି ପଡ଼ିଛି।

ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା । ତେବେ ସୋରଡ଼ା ଅଞ୍ଚଳରେ ମଧ୍ୟ ଲାଗିରହିଛି ବର୍ଷା । ଅତ୍ୟଧିକ ପରିମାଣର ରେ ବର୍ଷା ହେବା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ ।ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗେଞ୍ଜା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାଙ୍ଗିଲା ପାଚେରୀ ଓ ବିଦ୍ୟାଳୟର ଶୌଚାଳୟ ମଧ୍ୟ୍ୟ ମଧ୍ୟ ଭାଙ୍ଗିଲା । l ଲଗାଣ ବର୍ଷା ଯୋଗୁ ସ୍କୁଲ ପାଚେରୀ ଭାଙ୍ଗିଛି।

ବାତ୍ୟା ଅର୍ଣ୍ଣବ ପ୍ରଭାବର ଗତ ରାତିଠାରୁ ବୁଗୁଡ଼ା ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ଅଞ୍ଚଳର ବିଭିନ୍ନ ଜଳାଶୟ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଗୁଡ଼ା ଜଳ ସେଚନ ବିଭାଗ ଅଧୀନ ବଘୂଆ ଡ୍ୟାମରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ୩୧୦୦ ହେକ୍ଟର ମିଟର ସମ୍ପୂର୍ଣ୍ଣ କ୍ଷମତା ଥିବା ଥିବା ବେଳେ ବର୍ତ୍ତମାନ ୨୧୨୦ ହେକ୍ଟର ମିଟର ଜଳ ବର୍ତ୍ତମାନ ଅଛି। ତେବେ ଯଦି ବର୍ଷା ଲାଗି ରହେ ଓ ଡ୍ୟାମର ଜଳସ୍ତର ବୃଦ୍ଧି ପାଏ ଆବଶ୍ୟକ ଅନୁଯାୟୀ ଗେଟ ଖୋଲାଯିବ ବୋଲି ଜଳସେଚନ ବିଭାଗ sdo ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ନିଜେ sdo ଓ ଅନ୍ୟ କର୍ମଚାରୀ ଡ୍ୟାମ ପାଖରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି। ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କଇପୁର-ବୁରଖତ ମହେନ୍ଦ୍ରଗିରି କୁ ସଂଯୋଗ କରୁଥିବା ରାସ୍ତାରେ ୩ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଆର.ଉଦୟଗିରି ବ୍ଲକ କଇଠଢେପ ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ କାନକଟା-ପୁରୁଣାପାଣି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯେଉଁ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତା ସଫା କରି ଯାତାୟତ ସ୍ବାଭାବିକ କରିବାକୁ ପ୍ରୟାସ କରୁଛନ୍ତି। ଯାହା ସୂଚନା ରହିଛି ଜିଲ୍ଲାର ପ୍ରାୟ ୩୦ଟି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୨୫ଟି ଗଛକୁ କଟାଯାଇ ଯାତାୟତ ସ୍ବାଭାବିକ କରାଯାଇଛି। ଅନ୍ୟ ସ୍ଥାନରେ ମଧ୍ୟ ଗଛ କଟା ଜାରି ରହିଛି।

ଭୂସ୍ଖଳନ ଅଂଚଳକୁ ଯିବାପାଇଁ ଅଟକାଇଲା ପୋଲିସ। ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଞ୍ଚଳ ରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଲୋକଙ୍କୁ ଯିବାକୁ ବାରଣ କରୁଛି ପୋଲିସ l ରା.ଉଦୟଗିରି ଥାନା ଛକ ନିକଟରେ ଓ ପରିମଳ ରାସ୍ତାରେ ପୋଲିସ ଲୋକଙ୍କୁ ଅଟକାଉଥିବା ଦେଖିବାକୁ ମିଳିଛି l ପୂର୍ବ ଲଘୁଚାପ ଜନିତ ବର୍ଷାରେ ପରିମଳ ନିକଟରେ ପାହାଡ଼ ଧସି ବଡ଼ ବଡ଼ ପଥର ଖସି ଆସି ରାସ୍ତା ଉପରେ ପଡିଥିଲା l ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି l