Videos
|
Odisha

Cyclone Breaking : ବାତ୍ୟାର ଟିକିନିଖି ଖବର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Cyclone Breaking : ବାତ୍ୟାର ଟିକିନିଖି ଖବର

ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ । କଲେଜ ଓ ବିଶ୍ଵବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ, ୧୪ ଜିଲ୍ଲାରେ କଲେଜ, ବିଶ୍ଵବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା। ପୁରୀରୁ ପଶ୍ଚିମବଙ୍ଗର । ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼। ଏନେଇ ସୂଚନା ଦେଇଛନ୍ତି  ପାଣିପାଗ ବିଶେଷଜ୍ଞ ଶରତ ସାହୁ 

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ଶକ୍ତି ସଚିବଙ୍କ ସୂଚନା । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍‌, ୮ ହଜାର ପୋଲ୍‌, ୫୦୦ ଟ୍ରାନ୍ସଫର୍ମର ରହିଛି । ୩୦୦ କିମି କଣ୍ଡକ୍ଟର ଓ କେବୁଲର ବ୍ୟବସ୍ଥା କରାଯାଇଛି

ବାତ୍ୟା ମୁକାବିଲା ପାଇଁ ମୁଣ୍ଡଳିରୁ ବାହାରିଲା NDRF ଟିମ୍। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ଅଭିମୁଖେ ଯାଇଛନ୍ତି NDRFର ୧୦ଟି ଟିମ୍। ଆବଶ୍ୟକ ସରଞ୍ଜାମ ସହ ଗ୍ରାଉଣ୍ଡକୁ ଯାଇଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରାପଡ଼ା ଲକ୍ଷ୍ମୀ ପୂଜାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବ । ଆଜି ତୋରଣ ଖୋଲି କାଲି ସନ୍ଧ୍ୟା ସୁଦ୍ଧା ଭସାଣି ସାରିବାକୁ ନିର୍ଦ୍ଦେଶ । ସମସ୍ତ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ 

ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ବି ବାତ୍ୟା ମାଡ଼ । କାଲି ସୁଦ୍ଧା ତୋରଣ ଖୋଲିବାକୁ ପୂଜା କମିଟିକୁ ନିର୍ଦ୍ଦେଶ, ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ସାମଗ୍ରୀ ମହଜୁଦ ସହ କଳାବଜାରୀ ନେଇ ଯାଞ୍ଚ । ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଳାବଜାରୀ ନକରିବା ପାଇଁ ତାଗିଦ କରାଯାଇଛି, ତାଗିଦ ପରେ ବି ନଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ । ସାମଗ୍ରୀ ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲେ ଅତିରିକ୍ତ SRC । ଆଜି ସୁଦ୍ଧା ୧୦ଟି ଅତିରିକ୍ତ ଟିମ୍‌ ପଠାଇବାକୁ ଚିଠି, ୧୦ଟି ଅତିରିକ୍ତ NDRF ଟିମ୍‌ ପଠାଇବାକୁ ଚିଠି । ରାଜ୍ୟ ବାହାରୁ ଆସିବେ ଅତିରିକ୍ତ ୧୦ଟି ଟିମ୍‌, ୧୦ଟି ଜିଲ୍ଲାରେ ମୁତୟନ ହେବେ ୨୦ଟି ODRAF ଟିମ୍

ପୁରୀରେ ୪ଦିନ ପାଇଁ ଜାରି ହୋଇଛି କଟକଣା । ବୁକିଂ ବାତିଲ କରି ଫେରିଯାଉଛନ୍ତି ପର୍ଯ୍ୟଟକ, ୪ ଦିନ ବୁକିଂ ଗ୍ରହଣ ନକରିବାକୁ ଅଛି ନିର୍ଦ୍ଦେଶ

ବରଗଡ଼ ଧନୁଯାତ୍ରାରେ କଂସ ସାଜୁଥିବା ହୃଷିକେଶ ଭୋଇ ନିଲମ୍ବିତ । ହୃଷିକେଶ ଭୋଇଙ୍କୁ ଚାକିରିରୁ ନିଲମ୍ବନ କଲେ ସିଡିଏମ୍‌ଓ, ମହାପ୍ରୟାଣ ଗାଡ଼ି ଡ୍ରାଇଭର ହୃଷିକେଶ ଭୋଇଙ୍କ ବିରୋଧରେ ଆକ୍ସନ
 

Cyclone Breaking | Argus News