Cyclone Breaking : ବାତ୍ୟାର ସବୁ ଅପଡେଟ୍

ଅର୍ଗସ ବ୍ୟୁରୋ: ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର
ରାଜ୍ୟ କ୍ୟାବିନେଟ୍ରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ । ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି । ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନିଷ୍ପତ୍ତି । ଏଯାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି
ବାତ୍ୟା ପାଇଁ OAS ପ୍ରିଲିମ ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ୭ ଦିନ ପରେ ନୂଆ ତାରିଖ ଧାର୍ଯ୍ୟ ହେବ
ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ । ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ । ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ
📱 Get Argus News App
✨ଲୁଣିପାଣି ମାଡ଼ିପାରେ ବୋଲି କହିଲା IMD । ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ, ବ୍ରାହ୍ମଣୀ, ବୈତରଣୀ ନଦୀ ଜରିଆରେ ଲୁଣିପାଣି ଆସିପାରେ । ସଜାଗ ରହିବା ପାଇଁ ପରାମର୍ଶ ଦେଲେ IMD ନିର୍ଦ୍ଦେଶକ
ବାତ୍ୟା ପାଇଁ ୪ଟି ପୋର୍ଟକୁ ବିପଦ ସଂକେତ ଜାରି । ପୁରୀ ପାଇଁ ୧୦ ନମ୍ବର ବିପଦ ସଂକେତ ଜାରି, ଗୋପାଳପୁର ବନ୍ଦର ପାଇଁ ୮ ନମ୍ବର ବିପଦ ସଂକେତ ଜାରି । ଧାମରା ଓ ପାରାଦୀପ ପାଇଁ ୪ ନଂ ବିପଦ ସଂକେତ
୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶି ରହିବ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡ଼ିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀଙ୍କ ସୂଚନା
ପାରାଦୀପରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ କଟକଣା । ୧୬୩ ଲାଗୁ ହେବ କହିଲେ ଜଗତସିଂହପୁର ଜିଲ୍ଲାପାଳ, ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ମନା
ଲକ୍ଷ୍ମୀପୂଜା ଉପରେ ପଡ଼ିବ ବାତ୍ୟାର ପ୍ରଭାବ। କେନ୍ଦ୍ରାପଡ଼ାରେ ଆଜି ସନ୍ଧ୍ୟା ସୁଦ୍ଧା ହେବ ଗଜଲକ୍ଷ୍ମୀ ପୂଜା ଭସାଣ। ପ୍ରଶାସନର ନିର୍ଦ୍ଦେଶ ପରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଛି ଭସାଣ ପ୍ରସ୍ତୁତି