Videos
|
Odisha

Cyclone Breaking : ଏବେ ବାତ୍ୟା କେଉଁଠି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Cyclone Breaking : ଏବେ ବାତ୍ୟା କେଉଁଠି ?

ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍  ପରେ ସାମାନ୍ୟ ରିକର୍ଭ କରିପାରେ । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକାଙ୍କ ସୂଚନା

ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସକାଳୁ ସକାଳୁ ପବନର ବେଗ ବଢିବାରେ ଲାଗିଛି। ଅସ୍ତରଙ୍ଗ ଏବଂ କୋଣାର୍କ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥବା ଦେଖିବାକୁ ମିଳିଛି

ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ । ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମିମି ବର୍ଷା । ବାଲେଶ୍ବର, ପୁରୀ, ଗୋପାଳପୁରରେ ମଧ୍ୟ ବର୍ଷା ଜାରି

‘ଦାନା’ ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା, ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ଆରମ୍ଭ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା । ସତର୍କ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ଜୁଆର ଆସିବ । ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ କହିଲେ । ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା

ବାତ୍ୟା ପାଇଁ ବାଲେଶ୍ବରରେ ଘରୋଇ ବସ୍ ଚଳାଚଳ ବନ୍ଦ । ବାଲେଶ୍ବରରୁ ଚନ୍ଦନେଶ୍ବର ଓ ଭୁବନେଶ୍ବରକୁ ବସ୍ ବନ୍ଦ । ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା

ଆଜି ରାତିରୁ ‘ଦାନା’ ଲ୍ୟାଣ୍ଡଫଲ୍ ! ମଝି ରାତିରୁ ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ । ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ପରିଣତ

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ଦାନା । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଆଜି ଓ କାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ । ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ ରଖିବାକୁ ନିଷ୍ପତ୍ତି

ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ । ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ, ମେଡିକାଲ କଲେଜ ଓ OJEE କେନ୍ଦ୍ରକୁ ଆସିବାକୁ ମନା । କାଉନସେଲିଂ ସ୍ଥଗିତ ନେଇ OJEE ଅଧ୍ୟକ୍ଷଙ୍କ ସୂଚନା