Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଉଣ୍ଟଡାଉନ ଆରମ୍ଭ; ଘଣ୍ଟାପ୍ରତି 13 କିମି ବେଗରେ ଆସୁଛି 'ଦାନା'

Smruti Parija
Browse all articles by Smruti Parija
·1 year ago
କାଉଣ୍ଟଡାଉନ ଆରମ୍ଭ; ଘଣ୍ଟାପ୍ରତି 13 କିମି ବେଗରେ ଆସୁଛି 'ଦାନା'

ଅର୍ଗସ ବ୍ୟୁରୋ: ବାତ୍ୟାର ପବନର ବେଗ ବଢିଲା ।  125 କିମି ଯାଏ ବହିପାରେ ଝଟକା ପବନ । ଘଣ୍ଟାପ୍ରତି 13 କିମି ବେଗରେ ଆସୁଛି ବାତ୍ୟା । ପାରାଦୀପ ପାଖରୁ 60 କିମି ଓ ଧାମରା ଠାରୁ 80 କିମି ଦୂରରେ ରହିଛି ବାତ୍ୟା । ସାଗର ଦ୍ୱୀପ ଠାରୁ 180 କିମି ଦୂରରେ ଅଛି ବାତ୍ୟା ।  ଧାମରା ଓ ଭିତରକନିକା ପାଖାପାଖି ଅତିକ୍ରମ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପୂର୍ବ 6 ଘଣ୍ଟା ଓ ପର 6 ଘଣ୍ଟା ବେଶୀ ପ୍ରଭାବ ପକାଇବ । 


ଲ୍ୟାଣ୍ଡଫଲ୍ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ । ଏହା ପଶ୍ଚିମ-ଉତ୍ତର ଏବଂ  ପଶ୍ଚିମକୁ ଗତି କରିବ। ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆଗରୁ ସୂଚନା ଦେଇ ସାରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored