Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାନା ମୁକାବିଲା; ରାଜ୍ୟ ବିଜେପି କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ 

Smruti Parija
Browse all articles by Smruti Parija
·1 year ago·1 min read
ଦାନା ମୁକାବିଲା; ରାଜ୍ୟ ବିଜେପି କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ 

Key Points

  • ଲୋକଙ୍କ ସମସ୍ୟା ଶୁଣୁଛି ବିଜେପି ଅଭିଯୋଗ ପ୍ରକୋଷ୍ଠ
  • ପ୍ରଶାସନ ସହାୟତାରେ କରାଯାଉଛି ସମାଧାନ
  • ସତର୍କ ରହିବା, ଜନସାଧାରଣଙ୍କୁ ସତର୍କ କରିବା ଓ ସମସ୍ତେ ସୁରକ୍ଷିତ ରହିବା
     

ଭୁବନେଶ୍ୱର: ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା "ଦାନା"ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍  ଖୋଲାଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ଆଦାନ ପ୍ରଦାନ ପାଇଁ ଏକ Helpline no - 0674 239 3984 କୁ  ରାଜ୍ୟ ସଭାପତି ମନମୋହନ ସାମଲ ଜାରି କରିଛନ୍ତି ।

ଗତକାଲି ଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏହି କଣ୍ଟ୍ରୋଲ ରୁମ୍ ରେ ପାର୍ଟିର ପଦାଧିକାରୀ ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବାତ୍ୟା ଅଞ୍ଚଳରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କାର୍ଯ୍ୟ କରୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଦ୍ୟାବଧି  ୧୨୮ ଟି ଅଭିଯୋଗ ବିଭିନ୍ନ ଅଞ୍ଚଳରୁ ଆସିଥିବାବେଳେ ସେଥିନେଇ ସମ୍ପୃକ୍ତ ବିଭାଗ ଓ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି । ସେହିପରି ସ୍ଥାନୀୟ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ କରିବାକୁ ରାଜ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଉଛି ।

 

 

Sponsored
cyclone-dana-impact-24-hr-control-room-opens-at-bjp-party-office-bhubaneswar | Argus News