Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଖଉଛି ଦାନା; ଅଶାନ୍ତ ହୋଇପଡିଛି ଚିଲିକା

Smruti Parija
Browse all articles by Smruti Parija
·1 year ago·1 min read
ପାଖଉଛି ଦାନା; ଅଶାନ୍ତ ହୋଇପଡିଛି ଚିଲିକା

ପୁରୀ:  ଚିଲିକାରେ ବୁଡିଲା ଡଙ୍ଗା । ବାତ୍ୟା ଦାନା ପ୍ରଭାବରେ ଉଛୁଳୁଛି ଚିଲିକା। ସାତପଡ଼ା ଜେଟି ନିକଟରେ ଢେଉ ମାଡରେ ବୁଡିଲା ଡଙ୍ଗା । ଅଶାନ୍ତ ହୋଇପଡିଛି ଚିଲିକା । ବର୍ତ୍ତମାନ ପାରାଦୀପ ଠାରୁ ୧୮୦ ଓ ଧାମରା ଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ମାଡି ଆସୁଛି ବାତ୍ୟା । ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା’ । ଆକଳନ ଅନୁଯାୟୀ ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । 

୩ ଜିଲ୍ଲାରେ ବେଶୀ ପବନ ହେବ କହିଲେ IMD ଡିଜି । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବରରେ ବେଶୀ ପବନ ହେବ । ଉକ୍ତ ୩ ଜିଲ୍ଲାରେ ୧୦୦ ରୁ ୧୨୦ କିମି ପବନ ବହିପାରେ । ଏବେ ପାରାଦୀପ ଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା । ସେଠାରେ ଏବେ ପବନ ବେଗ ୯୫ ରୁ ୧୦୫ କି.ମି ରହିଛି । 

ବାତ୍ୟା `ଦାନା'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cyclone-dana-impact-boat-over-turned-in-chilika | Argus News