ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
·1 year ago

ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛି ସମୟ ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ । ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ । ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: