Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Breaking : ଧୀରେ ଧୀରେ ଉତ୍ପାତ କଲାଣି ସମୁଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Cyclone Breaking : ଧୀରେ ଧୀରେ ଉତ୍ପାତ କଲାଣି ସମୁଦ୍ର

ଅର୍ଗସ ବ୍ୟୁରୋ: ୩ ଜିଲ୍ଲାରେ ବେଶୀ ପବନ ହେବ କହିଲେ IMD ଡିଜି । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବରରେ ବେଶୀ ପବନ ହେବ । ଏହି ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ । ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା

ସମୁଦ୍ରରେ ଏବେ ପବନ ବେଗ ୯୫ରୁ ୧୦୫ କିମି ରହିଛି । ଧୀରେ ଧୀରେ ବଢ଼ିବ, ଆଜି ରାତିରୁ କାଲି ସକାଳ ଯାଏଁ ବେଶୀ ପବନ । ଖୋର୍ଦ୍ଧା, ପୁରୀ, ମୟୂରଭଂଜରେ ୬୦ରୁ ୮୦ କିମି ପବନ ବହିବ

ବାତ୍ୟା ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ୧୧ ଜିଲ୍ଲାର ୩୮ ବ୍ଲକ, ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ । ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ । ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ । ଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି

ଲ୍ୟାଣ୍ଡଫଲ୍‌ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଲେ ବଡ଼ ସୂଚନା । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ୨୪ ଏବଂ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ

ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, ‘ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି । ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢ଼ିବନି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ବାତ୍ୟା ଦାନାର ପ୍ରଭାବ ଭିତରକନିକା ଅଞ୍ଚଳରେ ପ୍ରଭାବ ପଡିଛି

ମାଡ଼ି ଆସୁଛି ଭୀଷଣ ବାତ୍ୟା, ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଲେ ସୂଚନା । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ, ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ

ବାତ୍ୟା ପାଇଁ୧୯ଟି NDRF ସହ ୫୧ଟି ଓଡ୍ରାଫ ଟିମ୍‌ ମୁତୟନ । ୨୨୦ଟି ଫାୟାର ଓ ୧୫୮ ପ୍ଲାଟୁନ ପୋଲିସ ବି ମୁତୟନ । ଲ୍ୟାଣ୍ଡଫଲ ପରେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ସରକାର

ପାରଦୀପ ଠାରୁ ୨୦୦ କିମି ଦୂରରେ ବାତ୍ୟା ଦାନା । ସମୁଦ୍ରରେ ୯୫-୧୦୫ କିମି ପବନ ହେଉଛି, କୂଳକୁ ଆସିଲା ବେଳକୁ ପବନରେ ବେଗ ରହିବ ୧୨୦ କି.ମି
 

Sponsored
Cyclone Dana | Argus News