Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

Smruti Parija
Browse all articles by Smruti Parija
·1 year ago
ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଅର୍ଗସ ବ୍ୟୁରୋ: ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛି ବାତ୍ୟା । ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଗତି କରିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଚାଲିବ । 100 ରୁ 110 କିମି ପବନ ବହିବ । 

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଧାମରା ଓ ଭିତରକନିକାରେ ଅଧିକ କ୍ଷୟକ୍ଷତି ହୋଇଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8 ମିଲିମିଟର । ଜଗତସିଂହପୁରରେ 0.5 ରୁ 1 ମିଟର ଜୁଆର ଉଠିବାର ସମ୍ଭାବନା ରହିଛି । ପୁରୀ, ବାଲେଶ୍ବରରେ 1 ରୁ 2 ମିଟର ଜୁଆର ଉଠିବା ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
cyclone-dana-landfall-process-is-going-on | Argus News