|
logo
Live

Argus News - ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...

Odisha

ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...

Smruti Parija
Browse all articles by Smruti Parija
·1 year ago·1 min read
ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...

ଅର୍ଗସ ବ୍ୟୁରୋ: ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ହେଉଛି ବାତ୍ୟା ଦାନା । ଧିରେ ଧିରେ କମୁଛି ପବନର ବେଗ । 

କେନ୍ଦ୍ରାପଡାର ହବାଳି ଖଟି ନେଚର କ୍ୟାମ୍ପ ନିକଟରେ ରାତି 12ଟା 5 ମିନିଟ୍ ରେ ସ୍ଥଳଭାଗ ଛୁଇଁଥିଲା ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚୁଛି ବାତ୍ୟା । ତୁହାକୁ ତୁହା ପବନ ସହ ଲଗାଣ ବର୍ଷାରୁ ବେହାଲ ହେଲା ସ୍ଥିତି । କେଉଁଠି ଉଡିଛି ଆଜବେଷ୍ଟସ୍ ତ କେଉଁଠି ଉପୁଡି ପଡିଛି ଗଛ । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାରି ରହିଛି ବାତ୍ୟା ଦାନାର ପ୍ରଭାବ । ଚାନ୍ଦବାଲିରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହିଲା ପବନ । ଚାନ୍ଦବାଲିରେର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୫୮.୩ ମିଲିମିଟର ଓ  ବାଲେଶ୍ବରର ୪୨.୮ ମିମି ବର୍ଷା ରେକର୍ଡ ହୋଇଛି ।   

 

Sponsored
ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ... | Argus News