Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର

Odisha

ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର

Smruti Parija
Browse all articles by Smruti Parija
·1 year ago·1 min read
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଏବେ ବି ଉଚ୍ଚ ଜୁଆର ଆସୁଛି । ମିଳିଥିବା ସୂଚନା ମୁତାବକ, ଆଗାମୀ ୧ ଘଣ୍ଟା ଭିତରେ ଭୟଙ୍କର ରୂପ ନେବ ବାତ୍ୟା ।  

ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ଦାନା । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଭୋର୍‌ ସକାଳ ଯାଏଁ ଚାଲୁ ରହିବ । ଏବେ ସେଠାରେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି । ୩ ଘଣ୍ଟା ପରେ ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ । କାଲି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ । କାଲି ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
cyclone-dana-makes-landfall-near-bhitarkanika | Argus News