Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଧିକ ଶକ୍ତିଶାଳୀ ହୋଇପାରିବନି ଘୂର୍ଣ୍ଣିଝଡ଼

Odisha

ଅଧିକ ଶକ୍ତିଶାଳୀ ହୋଇପାରିବନି ଘୂର୍ଣ୍ଣିଝଡ଼

Smruti Parija
Browse all articles by Smruti Parija
·1 year ago·3 min read
ଅଧିକ ଶକ୍ତିଶାଳୀ ହୋଇପାରିବନି ଘୂର୍ଣ୍ଣିଝଡ଼

Key Points

  • ବଡ଼ ବାତ୍ୟା ନୁହେଁ `ଦାନା’
  • ଅଧିକ ଶକ୍ତିଶାଳୀ ହୋଇପାରିବନି ଘୂର୍ଣ୍ଣିଝଡ଼
  • ଆଶ୍ବସ୍ତ କଲେ IMD DG
  • ବଡ଼ ବାତ୍ୟା ହୋଇନଥିବାରୁ ସୃଷ୍ଟି ହୋଇନାହିଁ ଆଖି
  • ପବନର ବେଗ ରହିବ ସର୍ବାଧିକ 125 କିମି
  • ପବନ କମ୍ କିନ୍ତୁ ବର୍ଷା ଆଣିପାରେ ବଡ଼ ବିପତ୍ତି
  • କେତେକ ଜିଲ୍ଲାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି

ଅର୍ଗସ ବ୍ୟୁରୋ: ଆଜି ରାତିରୁ କାଲି ସକାଳ ଭିତରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଦାନା । ଭିତରକନିକାରୁ ଧାମରା ମଧ୍ୟରେ ହେବ ବାତ୍ୟାର ଲ୍ୟାଣ୍ଡଫଲ୍। ଭୀଷଣ ଝଡ଼ ବାତ୍ୟା ଦାନାକୁ ନେଇ ଯାହା ପୂର୍ବାନୁମାନ କରିଥିଲା ସେଥିରେ କାଏମ ରହିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ବାତ୍ୟା ଅଧିକ କ୍ଷୟକ୍ଷତି କରିବା ନେଇ କରାଯାଉଥିବା ଆଶଙ୍କା ଭିତରେ ଆଶ୍ବସ୍ତ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଛନ୍ତି ଏଯାଏଁ ସୃଷ୍ଟି ହୋଇନାହିଁ ବାତ୍ୟାର ଆଖି। ତେଣୁ ଦାନା ଅଧିକ ଶକ୍ତିଶାଳୀ ଝଡ଼ବାତ୍ୟା ନୁହେଁ। ପବନର ବେଗ ସର୍ବାଧିକ 120 କିଲୋମିଟର ମଧ୍ୟରେ ହିଁ ରହିବ । 

ଘଣ୍ଟାପ୍ରତି 10 କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । କେନ୍ଦ୍ରପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପଡୁଛି ସବୁଠାରୁ ଅଧିକ ପ୍ରଭାବ। ଏହି ସବୁ ଜିଲ୍ଲାରେ ଆଜି ପବନର ବେଗ ଓ ବର୍ଷା ପରିମାଣ ବଢ଼ିଥିବାବେଳେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ପବନର ପ୍ରଭାବ। ଇଏ ହେଉଛି ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍ ସ୍ଥାନ ଧାମରା ଉପକୂଳର। ଯେଉଁଠି ଜୁଆର ପାଣି ମାଡ଼ି ଆସିବାରୁ ବୁଡ଼ିବା ଅବସ୍ଥାରେ ପହଞ୍ଚିଲା କୂଳରେ ଥିବା ଏକାଧିକ ମାଛଧରା ଡଙ୍ଗା। କିନ୍ତୁ ପବନ ଓ ବର୍ଷା ମାଡ଼ ଖାଇ ଜୀବନକୁ ବାଜି ଲଗାଇ ଡଙ୍ଗାକୁ ଟାଣି କୂଳକୁ ଆଣିବା ପାଇଁ ବେଶ୍ କିଛି ସମୟ କସରତ କଲେ ମତ୍ସ୍ୟଜୀବୀ। ପବନ ଓ ସମୁଦ୍ର ଜଳସ୍ତର ବଢ଼ିବାରୁ ଶେଷରେ ବିଫଳ ଓ ନିରାଶ ହୋଇ ଫେରିବାକୁ ବାଧ୍ୟହେଲେ। ମୟୂରଭଞ୍ଜ ବେତନଟୀ ବ୍ଲକରେ ଦେଖିବାକୁ ମିଳିଛି ପବନର ପ୍ରଭାବ। ବୈଶିଙ୍ଗା-ରୁପ୍ସା ମୁଖ୍ୟ ରାସ୍ତା କଦଳିଆ ଛକଠାରେ ଥିବା ପୁରୁଣା ବରଗଛ ଉପୁଡ଼ି ପଡ଼ିଲା। ଫଳରେ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ଜମ୍ବୁ ଗାଁରେ ତେନ୍ତୁଳି ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ଫଳରେ ରମଣୀ ମୋହନ ପ୍ରାଥମିକ ସ୍କୁଲର ଛାତ ଭାଙ୍ଗି ଯାଇଛି। ଓଡ୍ରାଫ୍ ଟିମ୍ ପହଞ୍ଚି ଗଛ କାଟିଛନ୍ତି। 

ପବନର ବେଗ ବଢ଼ି ମଧ୍ୟ ରାତ୍ର ସୁଦ୍ଧା ଘଣ୍ଟାପ୍ରତି 100ରୁ 120 ଯାଏଁ ହୋଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ରହିପାରେ ପବନର ବେଗ। ଏଥିପାଇଁ ଆଜି ଓ ଆସନ୍ତାକାଲିଏହି 4ଟି ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ସେହିପରି କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ 60ରୁ 80 କିମି, ସର୍ବାଧିକ 90 କିମି ରହିପାରେ ପବନର ବେଗ । ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଏହି 4ଟି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି 60ରୁ70 ସର୍ବାଧିକ 80 କିମି ହୋଇପାରେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ 50ରୁ 60 କିମି ବେଗରେ ବୋହିପାରେ ପବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣିପାଗ ବିଭାଗର ଆକଳନ ଅନୁସାରେ ପବନ କମ୍ କିନ୍ତୁ ବର୍ଷା ଆଣିପାରେ ବେଶୀ ବିପତ୍ତି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି 7ଟି ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ। ଏହି ଜିଲ୍ଲାଗୁଡ଼ିକ ହେଲେ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଏହି 5ଟି ଜିଲ୍ଲାକୁ ବର୍ଷା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।  ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କିନ୍ତୁ ଏହି 6ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର 11ଟି ଜିଲ୍ଲାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି। ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

 

Sponsored
cyclone-dana-may-not-get-very-strong-said-imd-dg | Argus News