Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଡ଼ ହେବାର ୩୦ କି.ମିକୁ ଘାଣ୍ଟିବ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମାଡ଼ ହେବାର ୩୦ କି.ମିକୁ ଘାଣ୍ଟିବ !

Key Points

  • ଆସୁଛି ଦାନା
  • ଲୋକେ ଛାନିଆ
  • ଆଜି ସନ୍ଧ୍ୟାରୁ ବଦଳିବ ପାଗ ଅନ୍ଦାଜ

ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଆଡକୁ ପାଖେଇ ଆସୁଛି ବାତ୍ୟା ଦାନା । ସମୁଦ୍ରରେ ଘଂଟାପ୍ରତି ୧୮ କିମି ବେଗରେ ବାତ୍ୟା ମାଡ଼ି ଆସୁଛି । ଧୀରେ ଧୀରେ ପାରାଦୀପ ରାଡରରେ ବାତ୍ୟା ଦୃଶ୍ୟମାନ ହେଲାଣି । ସେପଟେ ଆଜି ସନ୍ଧ୍ୟାରୁ ପାଗରେ ପରିବର୍ତ୍ତନ ଦେଖାଦେବା ସହିତ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାଲି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବା ସହିତ ପବନର ବେଗ ବଢିବ ।

ବାତ୍ୟାର ରୂପ ନେବା ପରେ ଉପକୂଳ ମୁହାଁ ହେଲାଣି ଦାନା । ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ । ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିପାରେ । ଅତିରୁ ଅତିପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି । ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ । ୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍‌ ସମୟ ରହିବ । ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି ପାଣିପାଗ ବିଭାଗ କହିଛି ।

ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟ ସରକାର ଚତ୍ପରତା ଦେଖାଇଛନ୍ତି । ଯେହେତୁ ବାତ୍ୟା ଅତି ଭୀଷଣର ରୂପ ନେଇପାରେ ତେଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହିତ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବ । ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି । ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ଅଧିକ ହେବ । ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ବି ପ୍ରସ୍ତୁତ । ସେପଟେ, ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ୍‌, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ଦେଇ ଯାତାୟତ କରୁଥିବା ୧୯୭ଟି ଟ୍ରେନ୍‌କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପିଲାମାନଙ୍କର ପାଠପଢ଼ା ବନ୍ଦ ରଖାଯାଇଛି । ତେବେ ଏବେ ପାଣିପାଗ ବିଭାଗର ଅପଡେଟ୍‌ ଖବରକୁ ଅପେକ୍ଷା ।

 

Sponsored
Cyclone Dana | Argus News