Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ବେଳେ କେଉଁ ନମ୍ବରକୁ କରିବେ ଫୋନ୍‌ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବାତ୍ୟା ବେଳେ କେଉଁ ନମ୍ବରକୁ କରିବେ ଫୋନ୍‌ ?

Key Points

  • ମାଡ଼ି ଆସୁଛି ଭୟଙ୍କର ବାତ୍ୟା
  • ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ
  • ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର

ଅର୍ଗସ ବ୍ୟୁରୋ: ଉପକୂଳ ମୁହାଁ ବାତ୍ୟା ଦାନା । ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗକୁ ଆଡ଼କୁ ଆସୁଛି ମାଡ଼ି । ପ୍ରଭାବରେ ଏବେଠୁ ଉପକୂଳ ଜିଲ୍ଲାରେ ବର୍ଷା ହେବା ସୂଚନା ମିଳିଛି । ଖାସ କରି ୪ ଜିଲ୍ଲାରେ ଯଥା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରର କିଛି ଅଂଚଳରେ ବର୍ଷା ଆରମ୍ଭ ହେବା ସହିତ ଧାମରା ଓ ପାରାଦୀପରେ କଳାହାଣ୍ଡିଆ ମେଘ ଘୋଟି ଆସିଲାଣି । ଏପଟେ କେନ୍ଦ୍ରାପଡ଼ାରେ ସମୁଦ୍ରର ଉଚ୍ଚ ଉଚ୍ଚ ଜୁଆର ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳବାସିନ୍ଦା । ସେପଟେ ରାଜ୍ୟବାସୀ ଛାନିଆ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଖାଲି ପରାମର୍ଶ ଦେଇଛନ୍ତି ତାହା ନୁହେଁ ବରଂ ଜରୁରୀକାଳୀନ ନଂ ଜାରି କରିଛନ୍ତି ।

କେଉଁ ଜିଲ୍ଲାରେ କେଉଁ ନଂକୁ କରିବେ ଫୋନ୍‌ ?

ଯାଜପୁର-କଣ୍ଟ୍ରୋଲ୍ ରୁମ୍-06728-222648
ବାଲେଶ୍ଵର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077
ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍-06792-252759, 06792-252941
କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍-06727-232803
ଭଦ୍ରକ-କଣ୍ଟ୍ରୋଲ୍ ରୁମ୍-06784-251881
କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍-06766-255437
ଜଗତ୍‌ସିଂହପୁର-କଣ୍ଟ୍ରୋଲ୍ ରୁମ୍-06724-220368
କଟକ-କଣ୍ଟ୍ରୋଲ୍ ରୁମ୍-0671-2507842
ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍-06762-226507, 06762-221376
ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍-06764-230980
ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍-06811-263978
ପୁରୀ-କଣ୍ଟ୍ରୋଲ୍ ରୁମ୍-06752-223237
ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍-06755-220002
ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-06753-252978

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥଳଭାଗ ଛୁଇଁବା ପୂର୍ବରୁ ରୂପ ଦେଖାଇଲାଣି ବାତ୍ୟା । ପବନ ହେବା ସହିତ ସ୍ଥାନେ ସ୍ଥାନେ ବର୍ଷା ବି ଆରମ୍ଭ ହେଲାଣି । ଏହାରି ଭିତରେ ପୁରୀକୁ ୧୦ ନଂ ବିପଦ ସଂକେତ ଦିଆଯାଇଛି । ସେପଟେ,  ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ଚେତାବନୀ । ରାଜ୍ୟର ୪ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି । ରାଜ୍ୟରେ ୪ ଜିଲ୍ଲାକୁ ବର୍ଷା ନେଇ ଚେତାବନୀ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା । 
 

Sponsored
Cyclone Dana | Argus News