Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ

Odisha

ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର୍ ଯାଏ ଚାଲୁ ରହିବ ।  ତେବେ ବାତ୍ୟା ଦାନା ପାଇଁ ରାତି ଅନିଦ୍ରା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SRC ଅଫିସ୍ ରେ ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ ।  ମଧ୍ୟରାତ୍ରୀରେ ମଧ୍ୟ ବାତ୍ୟା ସ୍ଥିତି ନେଇ ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ବାତ୍ୟା ଦାନା ନେଇ ଭୟବିତ ନହେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି । 


ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି ।  10 ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତେ ସମୟରେ ଦିଗ ବଦଳିବାରୁ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।  ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି 5 ଲକ୍ଷ 84 ହଜାର 888 ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି ।  ଏବେ ବି ଚାଲିଛି 4 ଲକ୍ଷ ପାର କରିପାରେ । 8383 ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି ।  ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି ।  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

Argus Whatsapp Channel Mobile Top
Sponsored
CYCLONE-'Dana': The Chief Minister is present and-taking-all-updates-regarding-cyclone | Argus News