Videos
|
Odisha

ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବହୁଛି

Smruti Parija
Browse all articles by Smruti Parija
·1 year ago·1 min read
ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବହୁଛି

ଅର୍ଗସ ବ୍ୟୁରୋ: ଦାନା ପ୍ରଭାବରେ ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବୋହୁଛି । ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ 9 ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁରକୁ ରେଡ ଆଲର୍ଟ ଜାରି ହୋଇଛି । 6 ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ ଉତ୍ତର  ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୨ କିମି  ବେଗରେ ବାତ୍ୟା ଟି ଗତି କରିବା ସହ ଧାମରା ଠାରୁ ଉତ୍ତରରେ  ୧୫ କିମି ଓ ହାବେଳୀଖଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି । 

ଲ୍ୟାଣ୍ଡଫଲ୍ ସମୟରେ କିଛି ସ୍ଥାନରେ  ବର୍ଷା  ହୋଇଥିବା ବେଳେ ବାଲେଶ୍ୱରରେ ୪୨.୮, ଚାନ୍ଦବାଲିରେ ୧୩୧.୬ ଓ ପାରାଦୀପ ରେ  ୫୮.୩, ଭୁବନେଶ୍ୱର ୧୯.୪ ଓ  ପୁରୀରେ  ୧୮.୪ ମିମି  ବର୍ଷା  ରେକର୍ଡ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

cyclone-impact-heavy-rainfall-in-kendrapada-and-bhadrak | Argus News