Cyclone Montha / ଏପଟେ ସଂକଟ ନଟଳିଲା ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ବାତିଲ କଲେ ମନ୍ତ୍ରୀ

Key Points
ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ ।
ଗୋଟିଏ ପଟେ ନୂଆପଡ଼ା ତାତି, ସାରା ରାଜ୍ୟରେ ମାଡ଼ି ଯାଇଥିବା ବେଳେ ଅନ୍ୟପଟେ ବାତ୍ୟାର ଭୟ । କିଏ କ'ଣ କରିବେ କିଛି ସ୍ପଷ୍ଟ ହେଉ ନାହିଁ । ବାତ୍ୟା ମୋନ୍ଥା ପ୍ରଥମେ ଓଡ଼ିଶା ମୁହାଁ ହୋଇଥିଲେ ବି ଏବେ ଦିଗ ବଦଳାଇ ଆନ୍ଧ୍ରମୁହାଁ ହୋଇଛି । କନ୍ତୁ ଏହା ମଧ୍ୟ ଆଶଙ୍କା କୁରାଯାଉଛି ଶେଷ ମୁହୁର୍ତ୍ତରେ ପୁଣି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ଏହି ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ଦୃଷ୍ଟିରେ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିଜର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଉପନିର୍ବାଚନ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ନିଜର ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି । ସେ କହିଛନ୍ତି ବାତ୍ୟା ସଙ୍କଟ ଟଳିଲା ପର୍ଯ୍ୟନ୍ତ ଭୁବନେଶ୍ବର ରାଜୀବ ଭବନ ସ୍ଥିତ ବିପର୍ଯ୍ୟୟ ପରିଚାଳନା ବିଭାଗର କଣ୍ଟ୍ରୋଲ ରୁମ ତାଙ୍କର କାର୍ଯ୍ୟାଳୟ ହେବ । ବାତ୍ୟା ସଙ୍କଟ ଟଳିଲା ପରେ ନୂଆପଡ଼ା ଗସ୍ତ ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ।
ଛାନିଆ ଚାଷୀ
ବାତ୍ୟାକୁ ନେଇ ଚାଷୀଙ୍କ ମନରେ ଛନକା ପଶିଛି । ବିଲରୁ ଅଧା ପାଚିଲା ଧାନ କାଟି ଆଣୁଛନ୍ତି । ବାତ୍ୟା ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ସ୍କୁଲ ଛୁଟି ନେଇ ରବିବାର ନିଷ୍ପତ୍ତି ନିଆଯିବ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।
ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟା ପାଇଁ ୮ଟି ଜିଲ୍ଲାରେ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରିରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଅଶାନ୍ତ ରହିବ ସମୁଦ୍ର
ଶେଷ ମୁହୁର୍ତ୍ତରେ ଦିଗ ବଦଳାଇପାରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' । ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଏଥିପାଇଁ ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ୨୬ରୁ ୩୦ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୋଷ୍ଟଗାର୍ଡ ସମୁଦ୍ରରେ ପଇଁତରା ମାରୁଛନ୍ତି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଉଛି ।
📱 Get Argus News App
✨Related Topics
Explore more stories